ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ତ୍ରି – ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ , ସ୍ୱଚ୍ଛ ଓ ନିରପେକ୍ଷ ଭାବେ କରିବା ସହ ସୁରୁଖୁରୁରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଆରମ୍ଭରୁ ଗୁରୁତ୍ଵ ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜାନୁଆରୀ ୧୯ ତାରିଖଠାରୁ ଫେବୃଆରୀ ୬ ତାରିଖ ସୁଦ୍ଧା ମୋଟ ୧୧୩୬୮୬.୧୯ ବଲ୍କ ଲିଟର ମଦ , ବେଆଇନ ଭାବେ ରଖିଥିବା ୨୭ଟି ଅସ୍ତ୍ରଶସ୍ତ୍ର , ୪୭୧.୮୬ ଗ୍ରାମ ନିଶାଦ୍ରବ୍ୟ ଓ ଆଦର୍ଶ ଆଚରଣ ବିଧ୍ ଉଲଂଘନ ଅଭିଯୋଗରେ ୧୪୯୨ ଜଣ ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ସେଥି ମଧ୍ୟରେ ଡିସିପି , କଟକ ୧୯୫୦.୭୧୫ ବଲକ୍ ଲିଟର , ଡିସିପି , ଭୁବନେଶ୍ୱର ୨୪୭୦.୮୭ , ଅନୁଗୋଳ ଜିଲ୍ଲାରୁ ୮୬୪ , ବାଲେଶ୍ଵର ଜିଲ୍ଲାରୁ ୭୦୫୩୬.୯୬୫ , ବରଗଡ଼ ଜିଲ୍ଲାରୁ ୮୧୮.୧୬୫ , ବ୍ରହ୍ମପୁରରୁ ୧୭୧୧.୨୩ , ଭଦ୍ରକ ଜିଲ୍ଲାରୁ ୨୦୨୩.୫୮ , ବଲାଙ୍ଗୀରରୁ ୧୧୦୩.୬୭ , ବୌଦ୍ଧରୁ ୧୮୭.୦୬ , କଟକରୁ ୭୧୨.୪୩ , ଦେବଗଡ଼ରୁ ୪୭୮.୮୫୫ , ଢେଙ୍କାନାଳରୁ ୭୮୦.୭୫ , ଗଜପତିରୁ ୩୭୧.୦୭ , ଗଞ୍ଜାମରୁ ୭୦୫୭.୯୭ , ଯାଜପୁରରୁ ୩୯୨୦.୮୪ , ଜଗତସିଂହପୁରରୁ ୫୧୩.୦୯ , ଝାରସୁଗୁଡ଼ାରୁ ୫୧୩.୦୨ , କଳାହାଣ୍ଡିରୁ ୯୧୩.୦୩ , କନ୍ଧମାଳରୁ ୧୪୧୨.୪୧ , କେନ୍ଦୁଝରରୁ ୫୧୨.୮୫ , କେନ୍ଦ୍ରାପଡ଼ାରୁ ୭୨୭.୯୮ , ଖୋର୍ଦ୍ଧାରୁ ୫୮୬.୮୮ , କୋରାପୁଟରୁ ୧୧୭୭.୧୪ , ମୟୂରଭଞ୍ଜରୁ ୩୮୯୫ , ୦୪୫ , ମାଲକାନଗିରିରୁ ୫୮୨.୯୪୫ , ନବରଙ୍ଗପୁରରୁ ୧୬୦୯.୨୭ , ନୂଆପଡ଼ାରୁ ୫୨୨.୫ , ନୟାଗଡ଼ରୁ ୭୨୫.୨୪ , ପୁରୀରୁ ୮୪୯.୪ , ରାୟଗଡ଼ରୁ ୧୨୫୨.୭୭୫ , ରାଉରକେଲାରୁ ୭୦୨.୧୬ , ସମ୍ବଲପୁରରୁ ୯୨୨ , ସୁବର୍ଣ୍ଣପୁରରୁ ୨୯୫.୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୯୮୩.୦୨୫ ବଲ୍କ ଲିଟର ମଦ ଜବତ କରାଯାଇଛି। ଏହି ସୂଚନା ରାଜ୍ୟ ପୁଲିସ ବିଭାଗ ତରଫରୁ ନିର୍ବାଚନ କମିଶନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।