ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଘନ କୁହୁଡିକୁ ନେଇ ସାରା ରାଜ୍ୟକୁ ସତର୍କ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ ଗତକାଲି ରାତ୍ରି ତାପମାତ୍ରା ହ୍ରାସ ପାଇଥିଲା। ରାଜ୍ୟରେ ଆଉକିଛି ଦିନ ରାତ୍ରି ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।ରାଜଧାନୀ ଗତକାଲି ୧୫ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି। ଏହାସହ ପଶ୍ଚିମାଝଡ ପ୍ରଭାବରେ ଝାରସୁରୁଡା,କେଉଁଝର,ସୋନପୁର, ମୟୁରଭଞ୍ଜ,କଳାହାଣ୍ଡି,ଦେବଗଡ,ବୌଦ୍ଧ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ତେବେ ୧୦ ତାରିଖ ଆଡକୁ ବର୍ଷାର ପରିମାଣ ବଢ଼ିପାରେ। ଏହାପ୍ରଭାବରେ ଝାରସୁରୁଡା, ବଲାଙ୍ଗିର, ନୟାଗଡ, ଖୋର୍ଦ୍ଧା, ପୁରୀ , କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ,ଭଦ୍ରକ,କେଉଁଝର,ସୋନପୁର, ମୟୁରଭଞ୍ଜ,କଳାହାଣ୍ଡି,ଦେବଗଡ,ବୌଦ୍ଧ ରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି।