ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ୧୨ ତାରିଖର ଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲାଯିବ। ଭୁବନେଶ୍ବର ମହାନିଗମ ତରଫରୁ ଏହି ସୂଚନାଦିଆଯାଇଛି। ଏନେଇ ବିଏମସି ଆଦେଶନାମା ଜାରି କରିଛି। ରାଜ୍ୟରେ କୋଭିଡ ସଂକ୍ରମଣ କ୍ରମଶ ହ୍ରାସ ପାଇଥିବାରୁ ଏହା ସୂଚନା ଦିଆଯାଇଛି। ତେବେ ପୂର୍ବଭଳି କରୋନା କଟକଣା ମଧ୍ୟରେ ଖୋଲାଯିବ ଧର୍ମାନୁଷ୍ଠାନ। ୬ମିଟର ସମାଜିକ ଦୂରତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପରିଚୟ ପତ୍ର(ଆଧାର, ଭୋଟର)ମଧ୍ୟ ବାଧ୍ୟତାମୂଳକ। ଯେଉଁମାନେ କରୋନା ଟିକା ନେଇଛନ୍ତି ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏହାସହ ରାଜଧାନୀରେ ଥିବା ଚର୍ଚ୍ଚ,ମସଜିଦ୍,ଗୁରୁଦ୍ବାର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ମଧ୍ୟ ଖୋଲାଯିବ। ଏହାସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଭିତରକୁ ଏକକାଳୀନ ୧୦୦ ଜଣ ପ୍ରବେଶ କରିପାରିବେ। ସାହାଣମେଳା ଓ ଗର୍ଭଗୃହ ଭିତରକୁ ଦର୍ଶନ ବାରଣ କରାଯାଇଛି।