ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଆଜି ଠାରୁ ଖୋଲିଛି ସ୍କୁଲ। ଅଷ୍ଟମ ରୁ ତଦୁର୍ଦ୍ଧ ଶ୍ରେଣୀ ପାଇଁ ଖୋଲା ଯାଇଛି ବିଦ୍ୟାଳୟ। କେବଳ ସେତିକି ନୁହେଁ ମହାବିଦ୍ୟାଳୟ , ବିଶ୍ବ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ କମିବା ପର ଠାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ଦିନ ୧୦ ଟାରୁ ଆରମ୍ଭ କରି ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ କରାଯିବ। ପିଲା ମାନେ ଚାହିଁଲେ ଅନଲାଇନ କିମ୍ବା ଅଫଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିପାରିବେ। ସ୍କୁଲ ଖୋଲିବା ପୂର୍ବରୁ ଶ୍ରେଣୀ ଗୃହ ଗୁଡିକୁ ଭଲ ଭାବରେ ସାନିଟାଇଜ କରାଯାଇଛି। ଏହା ସହ ବିଦ୍ୟାଳୟରେ କୋଭଡ ନିୟମକୁ ମଧ୍ୟ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମାସ୍କ କୁ ବାଧ୍ୟତାମୂଳକ କରାଯାଇଛି। କରୋନା ଗାଇଡକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ରେ ମଧ୍ୟାନ୍ନ ଭୋଜନ ପରିବର୍ତ୍ତେ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାମୁତାବକ ଆସନ୍ତା ୧୪ ତାରିଖ ଠାରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲରେ ପାଠପଢ଼ା ଆରମ୍ଭ କରାଯିବ।