ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରାପଡା:ରାଜନଗର ୩୧ ନମ୍ବର ଜୋନ ହାତିନା ଗ୍ରାମପଞ୍ଚାୟତ ଏଣ୍ଡୁଳାପୁରରେ ବଢୁଛି ବିଜେଡିର ବଳ । ଦିନକୁ ଦିନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରଗରମ ହେଉଥିବାବେଳେ ବିଜେଡିରେ ମିଶ୍ରଣ ପର୍ବ ଦେଖିବାକୁ ମିଳୁଛି। ଦିନ କୁ ଦିନ ବହୁ କର୍ମୀ ନିଜ ଦଳ ଛାଡି ବିଜେଡିରେ ଯୋଗ ଦେଉଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହାତିନା ଗ୍ରାମପଞ୍ଚାୟତ ଏଣ୍ଡୁଳାପୁର ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଲୋକପ୍ରିୟ ବିଧାୟକ ଧ୍ରୁବ ସାହୁଙ୍କ ଉପରେ ବିଶ୍ବାସ ଓ ଆସ୍ଥା ପ୍ରକଟ କରି ଏଣ୍ଡୁଳାପୁର ଗ୍ରାମର ୧୫ ପରିବାର ବିଧି ବଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ସେମାନଙ୍କ କହିବା ଅନୁସାରେ କଂଗ୍ରେସ ଦଳରେ ବିକାଶର କୌଣସି ଝଲକ ଦେଖିବାକୁ ମିଳୁ ନାହିଁ। ଦଳରେ ରହି ମଧ୍ୟ କୌଣସି କାର୍ଯ୍ୟରେ ସମ୍ପୃକ୍ତ କରାଯାଉ ନାହିଁ। ଏହାସହ ଦଳ କୌଣସି ଜନହିତକର କାର୍ଯ୍ୟ ମଧ୍ୟ କରୁ ନାହିଁ ବୋଲି ଦଳର ନେତା ମାନେ ପ୍ରକାଶ କରିଛନ୍ତି। ଦଳରେ ଅବହେଳା କରାଯାଉଥିବାରୁ ସେମାନେ ଦଳ ଛାଡିଛନ୍ତି। ମାନ୍ୟବର ବିଧାୟକ ମହୋଦୟ ଏଣ୍ଡୁଳାପୁର ବିଜେଡି ସଦସ୍ୟ ସ୍ବର୍ଗତ ରବିନ୍ଦ୍ର କୁମାର ଜେନା ତାଙ୍କର ସହଧର୍ମଣୀ ମା ଦେଇ ଜେନାଙ୍କ ଏକାଦଶାହ କର୍ମରେ ଉପସ୍ଥିତ ହୋଇଥିଲେ ଏବଂ ବିଜୁ ଜନତା ଦଳରେ ଯୋଗ ଦେଇଥିବା କର୍ମୀମାନଙ୍କୁ ପୁଷ୍ପମାଲ୍ୟ ଦେଇ ଦଳରେ ମିଶ୍ରଣ କରିଥିଲେ। ଏଣ୍ଡୁଳାପୁର ଗ୍ରାମର କଂଗ୍ରେସର ବରିଷ୍ଠ ନେତା ଚିତ୍ତରଂଜନ ପାତ୍ର, ଉମେଶ ପାତ୍ର, ବିଚିତ୍ର କୁମାର ଦାସ, ମୁ ସିଂହ ରାଉତ, ପିତାମ୍ବର ରାଉତ, ଚିତ୍ତରଂଜନ ଦାସ, ଦିବାକର ସେଠୀ, ନିରଞ୍ଜନ ରାଉତ, ବାବାଜୀ ରାଉତ, ଦିଲ୍ଲୀପ ରାଉତ, କୈଳାସ ରାଉତ, କେଶବ ରାଉତ ସମିତ ବହୁ ପରିବାର ବିଜେଡିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ହାତିନା ସରପଞ୍ଚ ଶ୍ରୀକାନ୍ତ ପ୍ରଧାନ, ସ୍ଥାନୀୟ ନେତା ନିମାଇଁ ଜେନା, ଅଭୟ ପ୍ରଧାନ, ସର୍ବେଶ୍ୱର ସାମଲ, ପ୍ରଭାତ ଜେନା, ଅଞ୍ଜନ ଜେନା, ଶୁଶାନ୍ତ ରାଉତ, ନିରାକାର ସ୍ବାଇଁ, ରାଜକିଶୋର ସ୍ବାଇଁ ଏବଂ ବହୁ ଯୁବ ନେତାମାନେ ଉପସ୍ଥିତ ରହି ଏହି ମିଶ୍ରଣ ପର୍ବକୁ ସାଫଲ୍ୟ ମଣ୍ଡିତ କରିଥିଲେ। (ରିପୋର୍ଟ: ସୁରଜ କୁମାର ଜେନା)