ସନଷ୍ଟାର ଟିଭି ବ୍ୟୁରୋ
ବାରିପଦା:ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ଅନ୍ତର୍ଗତ ବୈଶିଙ୍ଗା ଗ୍ରାମପଞ୍ଚାୟତର ୮ ନଂ ୱାର୍ଡ ମହୁରୀ ଗ୍ରାମର ଯୋଗେନ୍ଦ୍ର ରଣାଙ୍କ ୬ ବର୍ଷର ନାବାଳିକା କନ୍ୟା ଟିକି, ଜନ୍ମରୁ ଏକ ମୁଖ ଟ୍ୟୁମର ପିଡ଼ିତ ଥିବା ଜଣା ଯାଇଛି । ଯୋଗେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ ୪ଟି କନ୍ୟା ସନ୍ତାନକୁ ନେଇ ପରିବାର ପ୍ରତିପୋଷଣ କରନ୍ତି । ସେଥିରେ ପୁଣି ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ସାନ ଝିଅ ଟିକିର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଧୀରେ ଧୀରେ ଟ୍ୟୁମରଟି ବଢ଼ୁଥିବା ଯୋଗୁଁ ଭବିଷ୍ୟତ ପାଇଁ ଚିନ୍ତାର କାରଣ ପାଲଟିଛି ।
ଏହି ଖବର ଜାଣିବା ପରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ ଏହି ପରିବାର ନିକଟରେ ପହଁଚି କୁନି ଝିଅଟିର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା କରିଥିଲେ ଏବଂ କୁନି ଝିଅଟି କିଭଳି ସମ୍ପୃନ ରୂପେ ଚିକିତ୍ସିତ ହୋଇ ସୁସ୍ଥ ହୋଇପାରିବ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ ।ସରକାରଙ୍କ ତରଫରୁ ପରିବାର କୁ କିଭଳି ସହାୟତା କରାଯାଇପାରିବ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସହ କଥା ହୋଇଥିଲା ।ଏହି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।