ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ହେଲା ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି । ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୨ରୁ ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ । ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ସମତଳ ଓ ପାହାଡିଆ ଅଞ୍ଚଳରେ ସ୍ଵାଭାବିକଠାରୁ ତାପମାତ୍ରା ତଳକୁ ଖସିବ । ଏହାଦ୍ବାରା ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । କେନ୍ଦ୍ରର ଆକଳନ ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନ ସହିତ ଢେଙ୍କାନାଳ , ଅନୁଗୋଳ , କନ୍ଧମାଳ , ରାୟଗଡା , ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହୋଇଛି । ଗତକାଲି ସୁନ୍ଦରଗଡ , ଝାରସୁଗୁଡା , କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ଵର , ଚାନ୍ଦବାଲି , ହୀରାକୁଦ , ତାଳଚେର ଏବଂ ଯାଜପୁର ,କେନ୍ଦ୍ରାପଡା , ଭୁବନେଶ୍ବରରେ ମଧ୍ୟ ବର୍ଷା ହୋଇଛି ।