ସନଷ୍ଟାର ଟିଭି ବ୍ୟୁରୋ
ପାନଜୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଏକ ଦିନିଆ ଗୋଆ ଗସ୍ତରେ ଯାଇଛନ୍ତି। ଆସୁଥିବା ନିର୍ବାଚନକଚ ଦୃଷ୍ଟିରେ ରଖି ରାହୁଲ ଗୋଆ ଯାଇଛନ୍ତି।୨୦୧୭ ରେ କଂଗ୍ରେସ ୪୦ ଟିରୁ ମୋଟ ୧୭ ଟି ଆସନ ଜିତିଥିବା ବେଳେ ବିଜେପି ୧୩ ଟି ଜିତିଛି। କିନ୍ତୁ ୨୦୧୯ ରେ ୧୫ଜଣ କଂଗ୍ରେସର ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି (AAP) ପୂର୍ବରୁ ପ୍ରାର୍ଥୀଙ୍କୁ ଡିଫେକ୍ସନ୍ ବିରୋଧୀ ଆଫିଡେଭିଟ୍ ଦସ୍ତଖତ କରିଥିଲା ।
ରାହୁଲ ଗାନ୍ଧୀ ପୂର୍ବରୁ ଫେବୃଆରୀ ୨ରେ ରେ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ସଂସଦ ଏବଂ ଶହୀଦମାନଙ୍କ ପାଇଁ ଏକ ସ୍ମାରକପତ୍ର ଉନ୍ମୋଚନ ପାଇଁ ରାୟପୁର ଗସ୍ତ କାରଣରୁ ରାହୁଲ ଗାନ୍ଧୀ ଆସିପାରି ନଥିଲେ। ତେଣୁ ସେ ଶୁକ୍ରବାର ଗୋଆଗସ୍ତରେ ଆସିଛନ୍ତି। ସେ ମର୍ମୁଗାଓର ସାଡା ଠାରେ ଦ୍ବାର କୁ ଦ୍ବାର ଅଭିଯାନ କରିବେ ଏବଂ ଆଜି ପ୍ରାର୍ଥୀଙ୍କ ସହ ସାକ୍ଷାତ କରିବେ। ସୂଚନାମୁତାବକ ଫେବୃଆରୀ ୧୪ ରେ ଗୋଆ ଭୋଟ୍ ହେବ। ଏବଂ ଭୋଟ୍ ଗଣନା ମାର୍ଚ୍ଚ ୧୦ ରେ ହେବ।