ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା :ଚାତକ ପକ୍ଷୀଭଳି ଭତ୍ତା ପାଇଁ ଚାହିଁ ବସିଛନ୍ତି ବୃଦ୍ଧ ଓ ବୃଦ୍ଧା । ସରକାରଙ୍କର ଯୋଜନା ତ ଅନେକ ହେଲେ ଏହା ପ୍ରକୃତ ହିତାଧୀକାରୀ ମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ବାଟମରଣା ହେଇ ଯାଉଛି। ତେବେ ଏଥିରେ ଦିବ୍ୟାଙ୍ଗ ଓ ବିଧବା କଥା ନକହିଲେ ହିଁ ଭଲ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ପଞ୍ଚାୟତରେ । ବୃଦ୍ଧ ,ବୃଦ୍ଧା ,ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ଠିକ ସମୟରେ ଭତ୍ତା ମିଳୁନଥିବା ଅଭିଯୋଗ ହେଉଛି ଡୁଆଝର ଗ୍ରାମ ପଂଚାୟତ ରେ । ପ୍ରତି ମାସର ପନ୍ଦର ତାରିଖ ଭତ୍ତା ଦେବାର ନିୟମ ଥିଲେ ମଧ୍ୟ ଅନେକ ହିତାଧିକାରୀ ଏପର୍ଯ୍ୟନ୍ତ ଭତ୍ତା ପାଇ ନାହାନ୍ତି। ପ୍ରତିଦିନ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ଆସି ଆସି ନୟାନ୍ତ ହେଉଛନ୍ତି ବୃଦ୍ଧ,ବୃଦ୍ଧା ଏବଂ ଦିବ୍ୟାଙ୍ଗ । ପୁଣି ଦେଖିବାକୁ ମିଳିଛି କିଛି ହିତାଧିକାରୀ ଯେଉଁମାନେ ୭୦୦ ଟଙ୍କା ପାଉଛନ୍ତି ସେମାନଙ୍କ ଖାତାରେ କେବେ ୭୦୦ଟଙ୍କା ତ କେବେ ୫୦୦ଟଙ୍କା ଲେଖାଯାଇଛି। ପୁଣି ପେନସିଲ ରେ ଲେଖିବାର ନିୟମ ନଥିଲେ ମଧ୍ୟ ଲେଖାଯାଇଛି ଓ ଦସ୍ତଖତ ଦିଆ ଯାଇଛି। ଏନେଇ ଡୁଆଝର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ହଠାତ ଆସନ୍ତା କାଲି ସମସ୍ତଙ୍କୁ ଭତ୍ତା ଦିଆଯିବ ବୋଲି କହିଛନ୍ତି। ସୂଚନା ମତେ ବିଭିନ୍ନ ଯୋଜନାରେ ଏହି ଗ୍ରାମ ପଂଚାୟତ ରୁ ୧୧୦୧ ଜଣ ଭତ୍ତା ପାଉଥିବା ବେଳେ ୭୦୦ଟଙ୍କା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ୪୩ ଜଣ ରହିଛି ।(ରିର୍ପୋଟ: ଶାମ୍ବ କୁମାର ସରାଫ)