ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା :ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମରେ ଆଜିକୁ ୬ଦିନ ଧରି ସ୍ୱାମୀ ବିବେକାନନ୍ଦ କ୍ରିକେଟ କ୍ଲବ ଚାଲିଥିବା ବେଳେ ଆଜି ସମାପନ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଆଠଗୋଟି ଦଳ ଭାଗନେଇଥିଲେ । ଶେଷରେ ନିର୍ଣ୍ଣାୟକ ମ୍ୟାଚରେ ଆୟୋଜକ ବରଗାଁ ଦଳ ଏବଂ ପ୍ରତିଦ୍ବନ୍ଦୀ ଦଳ ବେନ୍ଦ୍ରାବହାଲ ଦଳକୁ ଭେଟିଥିଲେ । ଦୁଇଦଳ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଶେଷରେ ବରଗାଁ ଦଳ ବିଜୟଲାଭ କରିଥିଲା ଏବଂ ଏହାସହ ଚମ୍ପିୟାନ ହୋଇଥିଲ। ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବିଦୁର ଶବର ରହିଥିବା ବେଳେ ଅତିଥି ଭାବରେ ସମାଜ ସେବୀ ଦଶମୁ ବେହେରା, ଜିଲ୍ଲା ପରିଷଦ ବିଜୁ ଜନତା ଦଳର ଆସାଇପ୍ରାର୍ଥୀ ଚିତ୍ତ ରଞ୍ଜନ ବେହେରା,ଜିଲ୍ଲା ପରିଷଦ ବିଜେପି ଆସାଇ ପ୍ରାର୍ଥୀ ଅଜିତ ଚଲାନ, ପୂର୍ବତନ ସମିତି ସଭ୍ୟ ଗୌତମ ତାଣ୍ଡି, ସରପଞ୍ଚ ଆସାଇ ପ୍ରାଥୀନି ପଲ୍ଲବୀ କୁଲଦୀପ ଉପସ୍ଥିତ ଥିଲେ । ଶେଷରେ ପୁରସ୍କାର ବିତରଣ ହୋଇଥିଲା । ପ୍ରଥମ ପୁରସ୍କାରରେ୧୨୦୦୦ ସିଲ୍ଡ ସହ , ଦ୍ବିତୀୟ ପୁରସ୍କାରରେ ୮୦୦୦ ସିଲ୍ଡ ଦିଆଯାଇଥିଲା। ମଞ୍ଚ ପରିଚାଳନା ଦାୟିତ୍ୱରେ ଦେବକୁମାର ବନ୍ଦୀଛୋର ସହଯୋଗ କରିଥିବା ବେଳେ ଖେଳ ପରିଚାଳନା ଚୂଡ଼ାମଣି ଶବର ଓ ଜିତୁ ବେହେରା କରିଥିଲେ। ଏହି ଖେଳରେ ସମ୍ପୂର୍ଣ ଦାୟିତ୍ୱ ତୁଲାଇଥିଲେ ଚନ୍ଦ୍ରମଣି ସରଫ, ଅଶ୍ୱନୀ ଶବର, ମହନ ବେହେରା ଏବଂ ଚନ୍ଦନ ବେହେରା ।( ରିର୍ପୋଟ:ଶାମ୍ବ କୁମାର ସରାଫ)