ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଭଦ୍ରକ ଜିଲ୍ଲାର ଶତାଧିକ ବିଜେପି କର୍ମୀ। ଭଦ୍ରକର ବହୁ ଆଗଧାଡିର ନେତା ଓ କର୍ମୀମାନେ ବିଜେଡିରେ ମିଶିଛନ୍ତି। ସେମାନଙ୍କ କହିବା ଅନୁସାରେ ବିଜେପି ବର୍ତ୍ତମାନ ଏ କର୍ପୋରେଟ ସଂସ୍ଥା ପାଲଟିଗଲାଣି। ଦଳରେ ବିକାଶର କୌଣସି ଝଲକ ଦେଖିବାକୁ ମିଳୁ ନାହିଁ। ଦଳରେ ରହି ମଧ୍ୟ କୌଣସି କାର୍ଯ୍ୟରେ ସମ୍ପୃକ୍ତ କରାଯାଉ ନାହିଁ। ଏହାସହ ଦଳ କୌଣସି ଜନହିତକର କାର୍ଯ୍ୟ ମଧ୍ୟ କରୁ ନାହିଁ ବୋଲି ଦଳର ନେତା ମାନେ ପ୍ରକାଶ କରିଛନ୍ତି। ଦଳରେ ଅବହେଳା କରାଯାଉଥିବାରୁ ସେମାନେ ଦଳ ଛାଡିଛନ୍ତି। ଦଳରେ ଅସନ୍ତୋଷ ପ୍ରକାଶ କରି ଆଜି ଶତାଧିକ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି।