ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ପୁଣି ପୁରୀ ରେ ପାପ। ପୁରୀ ମେଡିକାଲ ରୁ ଆଜି ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଓପିଡି ବାଥ ରୁମ ର ନଳା ରୁ ଏହି ନବଜାତ ଶିଶୁ ଟି ଉଦ୍ଧାର କରାଯାଇଛି। ତେବେ ଏଠାରେ କିଏ ଏଭଳି ଅବସ୍ଥାରେ ଶିଶୁକୁ ଛାଡିକି ଯାଇଛି ତାର କୌଣସି ସୂଚନା ମିଳିନାହିଁ। ଡାକ୍ତର ଙ୍କ ସୂଚନା ଅନୁଯାୟୀ ଉଦ୍ଧାର ଶିଶୁ ଟି ଜନ୍ମ ସମୟ ର ବହୁ ପୂର୍ଵ ରୁ ଜନ୍ମ ହୋଇଛି। ତାର ଅବସ୍ଥା ଭଲ ନାହିଁ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି। ତେଣୁ ଶିଶୁ ଟିକୁ ଚିକିତ୍ସା କରାଯାଉଛି। ତେବେ ଏଭିଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ପୁରୀରେ।