ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : କରୋନା ସଂକ୍ରମଣ କାରଣରୁ ଅନେକ ପିଲା ଦୂର ଓ ନିରନ୍ତର ଶିକ୍ଷା ରେ ନାମଲେଖାଇ ପାରିନଥିଲେ । ଏହିଭଳି ଅନେକ ଅଭିଯୋଗ ଆସିବା ପରେ ଇଗ୍ଲୋ ପକ୍ଷରୁ ନାମଲେଖା ଅବଧିକୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଆଞ୍ଚଳିକ ନିର୍ଦ୍ଦେଶକ ଡ . ସନ୍ତୋଷ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଅଣ୍ଡର ଗ୍ରାଜୁଏଟ , ପିଜି ଡିପ୍ଲୋମା ପାଠ୍ୟକ୍ରମରେ ନାମ ପଞ୍ଜିକରଣ କରିବାକୁ ଅନୁସୂଚିତ ଜାତି ଓ ଚାହୁଁଥିବା ଜନଜାତିଛାତ୍ରଛାତ୍ରୀଙ୍କ ଲାଗି ନାମଲେଖା ଦେୟ ଓ ପୁନଃ ପଞ୍ଜିକରଣ ଦେୟ ଛାଡ କରାଯାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଇଗନୋର ୱେବସାଇଟ www . ignou.ac.in ଏବଂ https : // ignouadmission . samarth.edu.in କିମ୍ବା ଭୁବନେଶ୍ବରକୁ ମେଲ ଆର.ସି. କରି ଯୋଗାଯୋଗ କରିପାରିବେ । ସେହିଭଳି ଆଶାୟୀମାନେ ୦୬୭୪ ୨୯୭୧୦୭୧କିମ୍ବା ୦୬୭୪ ୨୩୦୧୩୪୮ ରେ ଯୋଗାଯୋଗ କଲେ ସମସ୍ତ ତଥ୍ୟ ପାଇପାରିବେ ବୋଲି ଡ . ତ୍ରିପାଠୀ କହିଛନ୍ତି ।