ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସଂସଦରେ ଆବାସ ପ୍ଲସ ପୋର୍ଟାଲ ପ୍ରସଙ୍ଗ ଉଠାଇଲେ ସାସଂଦ ସସ୍ମିତ ପାତ୍ର,ଅମର ପଟ୍ଟନାୟକ ଏବଂ ସୁଜିତ ପାତ୍ର। ରାଜ୍ୟସଭାର ଶୁନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ। ୩ବର୍ଷ ହେଲାଣି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର କୁ ଚିଠି ଲେଖୁଥିବା ବେଳେ କେନ୍ଦ୍ର ଏହାକୁ ଅଣଶୁଣା କରୁଛି। ଜାନୁୟାରୀ ୧୩ ରେ କର୍ଣ୍ଣାଟକ ପାଇଁ ଏହି ଆବାସ ପୋର୍ଟାଲ ଖୋଲାଯାଇଥିବା ବେଳେ କର୍ଣ୍ଣାଟକ ଏଥିରେ ୨୫ ଲକ୍ଷ ଘରପାଇଁ ନାମ ଯୋଡିଛି। କିନ୍ତୁ ବାରମ୍ବାର ଓଡିଶା କେନ୍ଦ୍ରକୁ ଚିଠି ଳେଖିବା ସତ୍ତ୍ବେ କିଛି ବି ହେଉନାହିଁ। ଏହି ପୋର୍ଟାଲ ଖୋଲା ଯିବା ଦ୍ବାରା ଓଡିଶାର ଆଦିବାସୀ ଅଧ୍ୟୁଷିତ ଲୋକ ମାନଙ୍କର ନାମ ଏହି ପୋର୍ଟାଲ ଯୋଗେ ଯୋଡା ଯାଇ ପାରିବ। ଯାହା ଦ୍ବାରା ମୋଟ ୬ଲକ୍ଷ ହିତାଧୀକାରିଙ୍କ ପାଇଁ ନାମ ଯୋଡାଯାଇ ପାରିବ ଏବଂ ସେ ଏହି ସୁବିଧା ପାଇ ପାରିବେ ବୋଲି ସୂଚନାମିଳୁଛି। ତେଣୁ ଓଡିଶା ପାଇଁ ଏହି ପୋର୍ଟାଲ ତୁରନ୍ତ ଖୋଲିବା ପାଇଁ ବିଜେଡି ସାସଂଦ ମାନେ ଦାବି କରିଛନ୍ତି।