ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆସିଲା ବଡ ନିଷ୍ପତ୍ତି । ରାଜ୍ୟରେ ୭ରୁ ଖୋଲିବ ସ୍କୁଲ। ଏହାସହ ୭ରୁ ମଧ୍ୟ ସବୁ ହଷ୍ଟେଲ ଖୋଲାଯିବ। ଛାତ୍ର ଛାତ୍ରୀ ମାନଙ୍କର ହିତକୁ ଆଖି ଆଗରେ ରଖି ଶିକ୍ଷାନୁଷ୍ଠାନ ଖୋଲାଯିବ। ଅଷ୍ଟମରୁ ଆରମ୍ଭ କରି ସମସ୍ତ ଉଚ୍ଚଶ୍ରେଣୀର ଶିକ୍ଷାନୁଷ୍ଠାନ ୭ରୁ ଖୋଲିବ। କେଜିରୁ ସପ୍ତମ ଶ୍ରେଣୀ ପିଲା ମାନଙ୍କୁ ପାଇଁ ଫେବୃଆରୀ ୧୪ରୁ ଖୋଲାଯିବ। ପିଲାମାନେ ଚାହିଁଲେ ଅନଲାଇନ କିମ୍ବା ଅଫଲାଇନ ଯାହା ଉପଯୁକ୍ତ ଲାଗିବ ସେହି ଅନୁସାରେ କ୍ଲାସ କରିପାରିବେ। ରାଜ୍ୟରେ କୋଭିଡ ସ୍ଥିତିରେ ନିୟନ୍ତ୍ରଣ ଆସିବାରୁ ପିଲା ମାନେ ବିଦ୍ୟାଳୟ ଯିବେ।
ସୂଚନାମୁତାବକ କୋଭିଡ ସ୍ଥିତିରେ ସୂଧାର ଆସିବାରୁ କର୍ଣ୍ଣାଟକ, ମହାରାଷ୍ଟ୍ର ସମେତ ଅନେକ ସ୍ଥାନରେ ସ୍କୁଲ ଖୋଲାଯାଇଛି। କରୋନା କାଳରେ ପିଲାମାନଙ୍କ ଶିକ୍ଷାରେ ଅନେକ କ୍ଷତି ହୋଇଛି। ପିଲାମାନେ ପ୍ରାୟତଃ ୨ବର୍ଷ ହେବ ବିଦ୍ୟାଳୟ ଶ୍ରେଣୀଗୃହରେ ବସି ପାଠ ପଢ଼ି ନାହାନ୍ତି। ତେବେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଆୟତରେ ଅଛି। ଯାହା ଫଳରେ ରାଜ୍ୟସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଖୋଲିବା ନେଇ ନୂତନ ଏସଓପି ଜାରି କରାଯିବ। କୋଭିଡ କଟକଣା ମଧ୍ୟରେ ପାଠପଢ଼ା ଜାରି ରହିବ । ଆବଶ୍ୟକ ପଡିଲେ ଗ୍ରୀଷ୍ମଦିନର ଅବକାଶ ଚାହିଁଲେ ମଧ୍ୟ କମାଯାଇ ପାରିବ। ଏହାଶହ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବୋର୍ଡ ପରୀକ୍ଷା ହେବ। ଏହାସହ କେବଳ ସ୍କୁଲ ନୁହେଁ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲାଯିବ।