ସନଷ୍ଟାର ଟିଭି ବ୍ୟୁରୋ

ଯାଜପୁର: ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା। ଏହି ତିଥିରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଜନ୍ମୋତ୍ସବ ପାଳନ କରାଯାଇଥାଏ। ଏହି ଦିନ ବିରଜା ପିଠରେ ନାହିଁ ନଥିବା ଭିଡ ଦେଖିବାକୁ ମିଳେ। ମା’ଙ୍କର ଟିକିଏ ଦର୍ଶନ ଲାଭ କରିବା ପାଇଁ ଶ୍ରଦ୍ଧାଳୁ କାହିଁ ଦୂରରୁ ମାଙ୍କ ବେଢ଼ା କୁ ଚାଲି ଆସିଥାଏ। ଦୁଇ ଚକ୍ଷୁରେ ମା’ଙ୍କୁ ଦେଖିବା ସହ ମନରେ ରଖିଥିବା ସବୁ କଥାକୁ ମା’ଆଗରେ ବଖାଣିଥାଆନ୍ତି। ହେଲେ ଏଥର ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ଦର୍ଶନରେ ଲାଗିଛି ପ୍ରତିବନ୍ଧକ। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ କୋଭିଡ଼୍ କଟକଣା ଯୋଗୁଁ ସାଧାରଣ ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ କରାଯାଇଛି। ସାଧାରଣ ଭକ୍ତ ଟେ ମା’ ଙ୍କୁ ଦର୍ଶନ ନ କରି ନିରାଶ ହୋଇ ଦୁଆରରୁ ଫେରିଛି। ତେବେ ଆଜି ଠାରୁ ଖୋଲିଛି ଶ୍ରୀମନ୍ଦିର । ସବୁ ଆଡେ କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲାଯାଉଥିବା ବେଳେ ବିରଜା ମନ୍ଦିରକୁ ବନ୍ଦ ରଖାଯାଇଛି। ତେବେ ସ୍ଥାନୀୟ ପ୍ରଶାସନଙ୍କ ଏଭଳି ନିଷ୍ପତି କୁ ଆସିଥିବ ଶ୍ରଦ୍ଧାଳୁ ମାନେ ବାରଣ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରଦ୍ଧାଳୁ ମାନେ ମନ୍ଦିର ବାହାରେ ମୁଣ୍ଡିଆ ମାରି ଦୀପ ଜାଳି ମନଦୁଃଖରେ ଘରକୁ ଫେରିଛନ୍ତି।(ରିର୍ପୋଟ:ବିଭୂଦତ୍ତ ପୃଷ୍ଟି)