ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଗତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଜେଟରେ ମଧ୍ୟବିତ ପରିବାରଙ୍କ ପାଇଁ କିଛି ନାହିଁ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବଜେଟ ବିକାଶ କୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ମହିଳା ଓ ଶିଶୁ ବିକାଶରେ ଖର୍ଚ୍ଚ କାଟ କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ,ଏହାସହ ଆବାସ ଯୋଜନାରେ ମଧ୍ୟ ଗରିବଙ୍କୁ ପ୍ରଭାବ ପଡିବ ବୋଲି ଜଣାପଡୁଛି। ଦରବୃଦ୍ଧିକୁ ନେଇ ବଜେଟରେ କିଛି ନାହିଁ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଗରିବଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ସେ କହିଛନ୍ତି। ଓଡିଶାର ମିଲେଟ ମିଶନକୁ କେନ୍ଦ୍ର ଅନୁକରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଚାଷୀ ମାନଙ୍କ ପାଇଁ ଏହି ବଜେଟରେ କିଛି ବି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହାସହ ଗ୍ୟାସର ସବସିଡି ହ୍ରାସ ପାଇଥିବାରୁ ଏହା ଖାଉଟିଆଙ୍କୁ ପ୍ରଭାବିତ କରିବ ବୋଲି ସୂଚନାମିଳୁଛି। ଶିକ୍ଷା ଓ ଟେକ୍ନୋଲୋଜି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।