ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ମହାମାରୀ ପରେ ବର୍ତ୍ତମାନ ଅର୍ଥନୀତିର ଅଭିବୃଦ୍ଧି ହାର ପୂର୍ବସ୍ତରକୁ ଫେରୁଛି। ସୂଚନାଯୋଗ୍ୟ ଯେ କୋଭିଡ ମହାମାରୀ ଏବଂ ତାହାକୁ ନିୟନ୍ତ୍ରଣ କରିବା ପାଇଁ ଦେଶବ୍ୟାପୀ ତାଲାବନ୍ଦ କାରଣରୁ ୨୦୨୦ – ୨୧ ଆର୍ଥିକ ବର୍ଷରେ ଅର୍ଥନୀତିର ସଙ୍କୋଚନ ୭.୩ % ହୋଇଥିଲା । ଲୋକସଭାରେ ସୋମବାର ଦିନ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ଆର୍ଥିକ ବର୍ଷରେ ଆନ୍ତର୍ଜାତିକ ବଜାରରେ ଅଶୋଧ ତୈଳ ଦର ବ୍ୟାରେଲ ପିଛା ୭୦ରୁ ୭୫ ଡଲାର ମଧ୍ୟରେ ରହିବା ସୂଚନା ପାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ମୁଦ୍ରାସ୍ପିତି ଚିନ୍ତାର କାରଣ ହୋଇଛି । ଏହାସହ ଭାରତୀୟ ଅର୍ଥନୀତି ଉତ୍ତମ ସ୍ଥିତିରେ ରହିଛି । ତେବେ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯିବ। ଯାହା ଆକଳନ କରାଯାଉଛି ଯେ ନିଯୁକ୍ତି କ୍ଷେତ୍ରରେ କିଛି ବିଶେଷ ନିଷ୍ପତ୍ତି ଆସିପାରେ। ପୁଞ୍ଜି ବ୍ୟୟବରାଦ ବଢ଼ାଉ ପାରନ୍ତି ଅର୍ଥମନ୍ତ୍ରୀ।