ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି। ତେବେ ଏଥର ବଜେଟରେ କେଉଁ ସାମଗ୍ରୀ ଶସ୍ତା ହୋଇଛି ଏବଂ କେଉଁ ସାମଗ୍ରୀ ମହଙ୍ଗା ହେବ ଆସନ୍ତୁ ଜାଣିବା: ବଜେଟ ଉପରେ କୃଷିଜାତ ଦ୍ରବ୍ୟ ଶସ୍ତା ହୋଇଛି। ଏହା ବ୍ୟତୀତ ହୀରାଉପରେ କଷ୍ଟମ ଡ୍ୟୁଟି ୫ପ୍ରତିଶତ ହ୍ରାସ ପରାଯାଇଛି। ଏହାଛଡା ଇମିଟେସନ ସମାଗ୍ରୀ ଶସ୍ତା ହୋଇଛି। ଷ୍ଟିଲ ସାମଗ୍ରୀ ଶସ୍ତା ହୋଇଛି। ବିଦ୍ୟୁତ ଟ୍ରାନ୍ସପର ,ଔଷଧ, କେମିକାଲ,ଫୋନ ଚାର୍ଜର ଆଦି ଶସ୍ତା ହୋଇଛି। ଲେଦର ସାମଗ୍ରୀ, କପଡା,ଶସ୍ତା ହେଇଛି। ସେପଟେ ଖାଇବା ତେଲ,ମଦ,ଇମ୍ପୋଟେଡ ସମାଗ୍ରୀ ମହଙ୍ଗା ହୋଇଛି। ଏହାସହ ବିଦେଶୀ ଛତା ମହଙ୍ଗା ହୋଇଛି।