ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା: ସରକାରଙ୍କ କହିବା ଅନୁଯାଇ ସବୁ ଗାଁ କୁ ରାସ୍ତା ହେବ। କେହି ଯାତାୟାତରେ ଅସୁବିଧା ଭୋଗ କରିବେନି। କିନ୍ତୁ ବାସ୍ତବ ଚିତ୍ର ଓଲଟା। ଏବେ ମଧ୍ୟ ଅନେକ ଗାଁ କୁ ଭଲ ରାସ୍ତାଟିଏ ନାହିଁ।ସେମିତି ସମସ୍ୟାକୁ ନେଇ ଗତି କରୁଛି ଖଡ଼ିଆଳ। ନୂଆପଡ଼ା ଜିଲ୍ଲାର ବୋଡେ଼ନ ବ୍ଲକ ମହରା ଜୋର ଗ୍ରାମ।ଏହି ଗ୍ରାମରୁ ଖଇରା ଯିବା ରାସ୍ତା ରେ ଯାଇଥିବା ନାଳ ପାଇଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି। ଏହି ରାସ୍ତା ଦେଇ ଖଇରା ହାଟ ସହ ଆଦର୍ଶ ବିଦ୍ୟାଳୟ ଖଇରାକୁ ଯିବାକୁ ପଡେ। କିନ୍ତୁ ଗ୍ରାମରେ ପୋଲ ନ ଥିବାରୁ ପାଣି ଭିତରେ ପଶି ଯିବା ଆସିବା କରୁଛନ୍ତି ଲୋକେ । କୋଡିଏ ବର୍ଷ ତଳେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାସହ ଛ’ଟି ସ୍ତମ୍ଭ ନିର୍ମାଣ ମଧ୍ୟ ନିର୍ମାଣ କରାଯାଇଛି। ଆଉ ସେବେ ଠାରୁଏଯାଏଁ ଅଧାରେ ପଡି ରହିଛି ନିର୍ମାଣ କାର୍ଯ୍ୟ। ଆଉ ବ୍ରିଜ କାମ ଆଗେଇ ପାରୁ ନାହିଁ। ଗ୍ରାମବାସୀ ଅଭିଯୋଗ କଲେ ଆଜି ହେବ କାଲି ହେବ ବୋଲି କହି ପ୍ରଶାସନ ଦିନ ପରେ ଦିନ ଗଡେଇ ଚାଲିଛି। ଆଉ କାମ ଆଗ ଭଳି ଠପ ହୋଇ ପଡିଛି। ସୂଚନାମୁତାବକ ଏହି ନାଳ ଦେଇ ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଆନ୍ତି। ବର୍ଷା ଦିନେ ବୋଡେ଼ନ ଦେଇ ପନ୍ଦର କିଲୋମିଟର ଯିବାକୁ ପଡେ। ଚାଷୀ ମାନେ ଭରା ପାଣି ଦେଇ ଚାଷ କାମ କରିବାକୁ ଯାଆନ୍ତି। ଯଦି ଏଠାରେ ବ୍ରିଜଟି ନିର୍ମାଣ ହେବ ତେବେ ସବୁ କାମ ସହଜ ହୋଇ ପାରନ୍ତା ବୋଲି ଲୋକେ ଆଶାବ୍ୟକ୍ତ କରିଛନ୍ତି । ତେବେ କେଉଁ ଉଦ୍ଦେଶ୍ୟ ନେଇ ପୋଲ କାମ ଅଧା ପନ୍ତରିଆ ଭାବରେ ପଡ଼ିରହିଛି ତାହା ତଦନ୍ତ କରିଲେ ଡଇଁ ଲୋକଲୋଚନକୁ ଆସ ପାରିବ। ଏନେଇ ବୋଡେ଼ନ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ପଚାରିବାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ କିଛି କହି ପାରିବିନି ବୋଲି କହିଥିଲେ କଥାରେ ପରଦା ପକାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଜଣା ନାହିଁ କେବେ ପ୍ରଶାସନର ନଜର ଏହି ଗ୍ରାମର ଅଧାଗଡା ପୋଲ ଉପରେ ପଡିବ ଏବଂ ଅଧାଗଢ଼ା ପୋଲ କାର୍ଯ୍ୟ ଆଗକୁ ବଢ଼ିବ।(ରିର୍ପୋଟ:ଶାମ୍ବ କୁମାର ସରାଫ)