ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ୪ଜଣ ଆଡଭୋକେଟଙ୍କୁ ଓଡିଶାର ହାଇକୋର୍ଟର ବିଚାରପତି ଭାବେ ଉନ୍ନତି କରାଯାଇଛି। ଏହି ସଂକ୍ରାନ୍ତରେ ଜାରି ବିବୃତିରୁ ସୂଚନାମିଳିଛି ଯେ ଜାନୁଆରୀ ୨୯ ତାରିଖରେ କଳିଜିୟମ ବୈଠକ ଅନୁଷ୍ଠିତ ହୋଇଥିଲେ। ଏହି ବୈଠକରେ ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇଁ କଲିଜିୟମ ଆଟଭୋକେଟ ଭି.ନରସିଂହ, ସଞ୍ଜୟ କୁମାର ମିଶ୍ର,ବିରଜା ପ୍ରସନ୍ନ ଶତପଥୀ ଏବଂ ରମନ ମୁରାହରି ଙ୍କ ନାମକୁ ଅନୁମୋଦନ କରିଛନ୍ତି। ଏହାପରେ ଓଡିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ସମୁଦାୟ ୨୨ ଜଣକୁ ବୃଦ୍ଧି ପାଇଛି।