ସନଷ୍ଟାର ଟିଭି ବ୍ୟୁରୋ
ପୁରୀ :ଶ୍ରୀମନ୍ଦିର ଖୋଲିବାକୁ ନେଇ ଛତିଶାନିଯୋଗ ବୈଠକ ବସାଯାଇଥିଲା। ଯେଉଁଥିରେ ଫେବୃଆରୀ ୧ରୁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିର କୁ ବନ୍ଦ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ରାଜ୍ୟରେ କରୋନାସ୍ଥିତିରେ ଟିକିଏ ସୂଧାର ଆସିବାରୁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସପ୍ତାହରେ ୬ଦିନ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ପୂର୍ବପରି ରବିବାର ବନ୍ଦ ରହିବ ମନ୍ଦିର। ଏହି ଦିନ ମନ୍ଦିରର ଚାରିପାର୍ଶ୍ବକୁ ସାନିଟାଇଜ କରାଯିବ। ତେବେ ମିଳିଥିବା ସୂଚନାଅନୁସାରେ ପୁରୀର ପୂର୍ବଦ୍ବାର ଦେଇ ସମସ୍ତ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବା ବେଳେ ପୁରୀବାସୀ ପଶ୍ଚିମଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ।