ସନଷ୍ଟାର ଟିଭି ବ୍ୟୁରୋ
ପଞ୍ଜାବ:ରାଜ୍ୟ ବିଧାନସଭା ନିର୍ବାଚନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ଚାନ୍ନି ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ଭଦୌର ଏବଂ ଚାମକାଉର ସାହିବ ଆସନରୁ ପ୍ରତିଦ୍ବନ୍ଦିତ କରିବେ । ଆଠ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସ ଭଦୌର ଆସନରୁ ସିଏମ ପ୍ରାର୍ଥୀ ଘୋଷଣା କରିଛି।
ଚାମକାଉର ସାହିବ ହେଉଛି ଚାନ୍ନିଙ୍କ ଘର ଯେଉଁଠୁ ସେ ଏକ ଦଶନ୍ଧି ଧରି ପ୍ରତିନିଧିତ୍ୱ କରିଆସୁଥିବାବେଳେ ଭଦୌର ସାଙ୍ଗରୁର ଲୋକସଭା ନିର୍ବାଚନମଣ୍ଡଳୀରେ ପଡୁଛନ୍ତି। ସାଙ୍ଗରୁର ଜିଲ୍ଲାର ଏକ ଅଂଶ ଥିବା ଧୁରୀରୁ ନିର୍ବାଚନରେ ଆପ ର ସିଏମ ମୁଖ ଭାଗବତ ମନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଗତ ସେପ୍ଟେମ୍ବରରେ କ୍ୟାପଟେନ ଅମରିନ୍ଦର ସିଂ ସିଏମ ପଦ ଛାଡିବା ପରେ ଚାନ୍ନି ପଞ୍ଜାବର ସିଏମ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନିକଟରେ ଘୋଷଣା କରିଛନ୍ତି ଯେ ଦଳ ଜଣେ ସିଏମ୍ ପ୍ରାର୍ଥୀ ଘୋଷଣା କରିବ ଏବଂ ଦଳର କର୍ମୀମାନେ ମଧ୍ୟ ଏହି ନିଷ୍ପତ୍ତି ନେବେ। ସୂଚନାମୁତାବକ ପଞ୍ଜାବ ନିର୍ବାଚନ ଫେବୃଆରୀ ୨୦ ରେ ଧାର୍ଯ୍ୟ କରାଯାଇଛି ଏବଂ ଗଣନା ମାର୍ଚ୍ଚ ୨୦ ରେ ହେବ।