ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମ୍ୟୁନିସପାଲଟି ବା ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି। ୧୦୭ ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ନଗର ଉନ୍ନୟନ ତରଫରୁ ଏଲାଗି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୬୫ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇଛି। ଏହାସହ ୪୨ ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି। ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ଟି, ଅନୁସୂଚିତ ଜାତି ପାଇଁ ୮ଟି, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫ଟି, ଅନୁସୂଚିତ ଜନଜାତି ପାଇଁ୩ଟି ପଦ ସଂରକ୍ଷଣ ରହିଥିବା ବେଳେ ସାଧାରଣ ବର୍ଗ ମହିଳା ପାଇଁ ୪୦ଟି ପଦ ଏବଂ ସାଧାରଣ ବର୍ଗ ପାଇଁ ୪୨ଟି ପଦ ରହିଛି।