ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ଆଜି ଠାରୁ ସଂସଦର ବଜେଟ ଅଧିବେଶନ। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହାପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଅର୍ଥନୈତିକ ସର୍ଭେ ରିର୍ପୋଟ ସଂସଦରେ ଉପସ୍ଥାପନ କରାଯିବ। ଏହାପରେ ମଙ୍ଗଳବାର ଦିନ ସାଧାରଣ ବଜେଟ ଉପସ୍ଥାପିତ କରାଯିବ। ନିର୍ମଳା ସୀତାରମଣ ଲଗାତାର ୪ର୍ଥ ଥର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ରାଜ୍ୟ ସଭା ପୂର୍ବାହ୍ନ ୯ ରୁ ଅପରାହ୍ନ ୨ଟା ଯାଏଁ ଏବଂ ଲୋକସଭା ଅପରାହ୍ନ୪ଟାରୁ ରାତ୍ରୀ ୯ଟା ଯାଏଁ ଚାଲିବ। ବଜେଟ ଉପସ୍ଥାପନ ଦିନ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ସେହିପରି ମାର୍ଚ୍ଚ ୧୪ ରୁ ଏପ୍ରିଲ ୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିବ। ତେବେ କରୋନା କଟକଣା ମଧ୍ୟରେ ଚାଲିବ ଚଳିତ ବର୍ଷର ବଜେଟ ଅଧିବେଶନ। ୨୦୧୪ ରେ କ୍ଷମତାକୁ ଆସିବା ପରେ ଏହା ହେଉଛି ମୋଦୀ ସରକାରଙ୍କର ଅଷ୍ଟମ ବଜେଟ। ତେବେ ବଢ଼ୁଥିବା ମୁଦ୍ରାସ୍ପିତି ରେ ଏହି ବଜେଟ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି। ସୂଚନାମୁତାବକ ଚଳିତ ବର୍ଷ ବଜେଟରେ ଅଧିକ ଗୁରୁତ୍ବ ସ୍ବାସ୍ଥ୍ୟଭିତ୍ତି ଭୂମିକୁ ଦିଆଯାଇପାରେ ବୋଲି ଆଶା କରାଯାଉଛି।