ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ( ଆପ୍ ) ଏହାର ପଞ୍ଚମ ପ୍ରାର୍ଥିତାଲିକା ଘୋଷଣା କରିଛନ୍ତି । ଏଥିରେ ୪୦ଜଣଙ୍କୁ ଦଳ ଟିକଟ ଦେଇଛି । ପ୍ରକାଶିତ ପ୍ରାର୍ଥୀତାଲିକା ଅନୁଯାୟୀ ଗୋରଖପୁର ( ସହର ) ଆସନ ପାଇଁ ଆପ୍ ବିଜୟ କୁମାର ଶ୍ରୀବାସ୍ତବଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ ବିଜେପିରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଯୋଗୀଙ୍କ ସହ ଲଢ଼ିବେବିଜୟ କୁମାର ଶ୍ରୀବାସ୍ତବ। ରାଜ୍ୟର ସମସ୍ତ ୪୦୩ଟି ଆସନରେ ଆପ୍ ନିଜର ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ସୂଚନା ମୁତାବକ ଉତ୍ତର ପ୍ରଦେଶ ନିର୍ବାଚନ ଫେବୃଆରୀ ୧୦,୧୪,୨୦,୨୩,୨୭ ଏବଂ ମାର୍ଚ୍ଚ ୩ ଓ ୭ରେ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏବଂ ଭୋଟ ଗଣତି ମାର୍ଚ୍ଚ ୧୦ରେ ହେବ।