ସନଷ୍ଟାର ଟିଭି ବ୍ୟୁରୋ
ପୁରୀ :ପୁରୀ ଜିଲ୍ଲା ସଦର ବ୍ଲକ ଚନ୍ଦନପୁର ଥାନା ଅନ୍ତର୍ଗତ ଗଡମୃଗଶୀରା ଗ୍ରାମର ପ୍ରାଚୀନ ବଟେଶ୍ୱର ମନ୍ଦିର ରୁ ୪୫ କେଜି ରୁ ଅଧିକ ହେବ ଅଷ୍ଟଧାତୁରେ ନିର୍ମିତ ଶିବପାର୍ବତୀ ମୂର୍ତ୍ତି ,ଚନ୍ଦ୍ରଶେଖର ମୃର୍ତ୍ତି ଚୋରି ହୋଇଛି। ବିଳମ୍ୱିତ ରାତିରେ ମନ୍ଦିର ଗେଟ୍ ର ତାଲା ଭାଙ୍ଗି ଚୋରୀ ହେଇଥିବା ସୂଚନାମିଳୁଛି। ଏନେଇ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର ସେବକ ଓ ଗ୍ରାମବାସୀ ବୃନ୍ଦ।
ସୂଚନାମୁତାବକ ଦ୍ଵାଦଶ ଶତାବ୍ଦୀ ରେ ବଟେଶ୍ୱର ମନ୍ଦିର ନିର୍ମାଣ କରାଯାଇଥିଲା । ତେବେ ଶ୍ରୀମନ୍ଦିର ଓ ରାଜ୍ୟ ବାଟି ର ସୁରକ୍ଷା ଉଦ୍ଦେଶ୍ୟରେ ମୃଗଶୀରା ନକ୍ଷତ୍ର ନାମ ଅନୁସାରେ ରାଜା ତୃତୀୟ ଅନଙ୍ଗଭୀମ ଦେବ ମୃଗଶୀରା ଗଡରେ ସ୍ଥାପନା କରିଥିଲେ। ତେବେ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ମନ୍ଦିର ରୁ ମୂର୍ତ୍ତି ଚୋରୀ ହୋଉଥିବା ବେଳେ ଜିଲ୍ଲା ପ୍ରଶାସନ ହାତରେ ଏଯାଏଁ ମୂର୍ତ୍ତି ଚୋରୀ ଧରାପଡିନି। ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ ଜିଲ୍ଲା ପ୍ରଶାସନ। ତେବେ ଏହି ଘଟଣା ରେ ଉଚ୍ଚସ୍ତରୀୟ ତଦନ୍ତ କରି ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।