ସନଷ୍ଟାର ଟିଭି ବ୍ୟୁରୋ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇଛି ।ଖସୁଛି କରୋନ ଗ୍ରାଫ । ଏଥିପାଇଁ ସ୍କୁଲ ,କଲେଜ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର ଡେପୁଟି ସିଏମ । ତାଙ୍କ କହିବା ଅନୁସାରେ ପୁଣେରେ ଫେବୃଆରୀ ୧ରୁ ପ୍ରଥମରୁ ଦଶମ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବ। ଏହାସହ ସେ ସୂଚନା ଦେଇଛନ୍ତି ଯେ ନବମରୁ ଦଶମ ଶ୍ରେଣୀର ପିଲାମାନଙ୍କ ର ପୂର୍ବ ପରି ସମସ୍ତ କ୍ଲାସ ହେବା କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ କେବଳ ଅଧା ଟାଇମ ପାଠ ପଢ଼ାଯିବ। ଏହା ସହ କଲେଜ ଗୁଡିକ ମଧ୍ୟ ପୂର୍ବ ପରି ଚାଲୁ ରହିବ। ତେବେ ଦେଶରେ କେରାନା ସଂକ୍ରମଣ ଖସୁଥିବା ସହ ମହାରାଷ୍ଟ୍ରରେ ମଧ୍ୟ ସ୍ଥିତି ବର୍ତ୍ତମାନ ଆୟତରେ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରର ଡେପୁଟି ସିଏମ ଅଜିତ ପଓ୍ବାର ଆଜି ବୈଠକରେ ଏହା ସୂଚନା ଦେଇଛନ୍ତି।