ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:୨୦୨୨ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ମେଗା ନିଲାମରେ ସମଗ୍ର ବିଶ୍ୱରୁ ମୋଟ ୧,୨୧୪ ଖେଳାଳିଙ୍କୁ ଆକର୍ଷିତ କରିଥିଲା। ଏହି ଖେଳାଳିଙ୍କ ମଧ୍ୟରୁ ଜଣେ ଭୁଟାନର ଦେଶରୁ ଟୁର୍ନାମେଣ୍ଟ ପାଇଁ ପଞ୍ଜୀକୃତ ହୋଇଛନ୍ତି ତାଙ୍କର ନାମ ମିକ୍ୟୋ ଡୋରଜୀ। ଏଭରେଷ୍ଟ ପ୍ରିମିୟର ଲିଗ୍ (ନେପାଳ) ର ୨୦୨୧ରେ ସଂସ୍କରଣରେ ଡୋରଜୀ ଶାହିଦ୍ ଆଫ୍ରିଦିଙ୍କ ବିରୁଦ୍ଧରେ ଖେଳିଛନ୍ତି ଏବଂ ଆଇପିଏଲ୍ ଚୁକ୍ତିନାମା ଆଣିବାରେ ପ୍ରଥମ ଭୁଟାନୀୟ ହୋଇ ଇତିହାସ ସୃଷ୍ଟି କରିବାକୁ ଆଶା କରୁଛନ୍ତି । ମେଗା ନିଲାମ ପୂର୍ବରୁ ଡୋରଜୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ କରିଛନ୍ତି। ସେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ଏକ ଚିତ୍ର ଏବଂ ଏକ ଭିଡିଓ ସେୟାର କରିଛନ୍ତି।
ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି ଯେ ନିଜ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ଏବଂ ଫଳାଫଳ ଉପରେ କମ। ଯଦି ତୁମେ ପ୍ରକ୍ରିୟା ଠିକ୍ ରହେ ତେବେ ତୁମେ ଠିକ ଫଳାଫଳ ନିଶ୍ଚୟ ପାଇବ। ଅଧିକ ଚାପ ନିଅନ୍ତୁ ନାହିଁ ଏହି ଉପଦେଶ ମତେ ଏମଏସ ଧୋନି ଦେଇଛନ୍ତି ଯାହାକୁ ସଦା ସର୍ବଦା ମୁଁ ମୋ ସହ ରଖିବି। ଏକ ସାକ୍ଷାତକାରରେ, ଡୋରଜୀ ଏହା ମଧ୍ୟ କହିଛନ୍ତି ଯେ ଆଇପିଏଲରେ ଖେଳିବା ତାଙ୍କର ଏକ ବଡ ସପ୍ନ ଥିଲା। ମୋ ସାଙ୍ଗମାନେ ଯେତେବେଳେ ଏହା ଦେଖିଲେ ଯେ ଭୁଟାନରୁ ନିଲାମ ତାଲିକାରେ ଜଣେ ଖେଳାଳି ଅଛନ୍ତି ଏବଂ ମୋର ସାଙ୍ଗମାନେ ବହୁତ ଖୁସି ହୋଇଗଲେ । କିନ୍ତୁ ସେମାନେ ଜାଣନ୍ତି ନାହିଁ (ହସି) ଯେ ଏହା କେବଳ ପ୍ରାରମ୍ଭିକ ରାଉଣ୍ଡ, ଏବଂ ନାମଗୁଡିକ ଆଗକୁ ଛୋଟ ତାଲିକାଭୁକ୍ତ ହେବାକୁ ଯାଉଛି । ଯଦିଓ ମୁଁ ମଧ୍ୟ ଜାଣି ନାହିଁ ମୋର ନାମ ମୁଖ୍ୟ ତାଲିକାରେ ରହିବ ନାହିଁ । ଯାହାହେଉ, ଭୁଟାନ ପାଇଁ କେବଳ ପଞ୍ଜୀକରଣ ହୋଇପାରିଲି ଏହା ମୋ ପାଇଁ ଏକ ବଡ କଥା ବୋଲି ଡୋରଜୀ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସକୁ ଏକ ସାକ୍ଷାତକାରରେ କହିଛନ୍ତି।