ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ହେବ ନିର୍ବାଚନ । ଯେଉଁଥିପାଇଁ ନିର୍ବାଚନୀ ସମାବେଶ, ରାଲି ,ଗାଡିପ୍ରଚାରକୁ ବନ୍ଦ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି। ତେବେ ଏହି ବର୍ଷ କେବଳ ଡିଜିଟାଲ ପ୍ରଚାର ଉପରେ ଜୋର ଦିଆଯାଇଛି। ପ୍ରାର୍ଥୀ ମାନେ ଡିଜିଟାଲ କ୍ୟାମ୍ପେନିଙ୍ଗକୁ ବହୁ ପ୍ରଧାନ୍ୟ ଦେଉଛନ୍ତି। ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ପ୍ରଚାରକୁ ଆହୁରି କିପରି କ୍ରିୟାଶୀଳ କରାଇପାରିବା ସେଥିପାଇଁ ଜିଲ୍ଲା ଡିଜିଟାଲ ସମ୍ପାଦକ ମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଜେଡି ଡିଜିଟାଲ ମୁଖ୍ୟ ଶ୍ରୀ ସୁବ୍ରତ ଛାଟୋଇ, ଯୁବ ଜନତା ଦଳ ଡିଜିଟାଲ କୋଡ଼ିନେଟର ଶ୍ରୀ ତାରିଣୀ ପ୍ରସାଦ ନାୟକ, ଛାତ୍ର ଜନତା ଦଳ ଡିଜିଟାଲ କୋଡ଼ିନେଟର ଶ୍ରୀ ସୁଜିତ ପାଲଟାସିଂହ ଆଦି ଉପସ୍ଥିତ ଥିଲେ। କିପରି ଡିଜିଟାଲ ମାଧ୍ୟମରେ ଡିଜିଟାଲ ପ୍ରଚାରକୁ ଆହୁରି ଜୋରସୋର କରାଯିବ ତାହା ଏହି ବୈଠକରେ ଆଲୋଚନା କରାଯାଇଛି।