ସନଷ୍ଟାର ଟିଭି ବ୍ୟୁରୋ
ବର୍ଲିନ୍: ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) ଆଫଗାନିସ୍ତାନରେ ହୋଉଥିବା ମାନବିକ ସଙ୍କଟକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଏବଂ ବଞ୍ଚିବା ପାଇଁ ଆଫଗାନିସ୍ତାନର ଲୋକମାନେ ସେମାନଙ୍କ ପିଲା ଏବଂ ଶରୀରର କିଛି ଅଂଶ ବିକ୍ରୟ କରିବାକୁ ଚେଷ୍ଟା କରିଛନ୍ତି ବୋଲି ରିର୍ପୋଟରେ ପ୍ରକାଶ ପାଇଛି।
ଡବ୍ଲୁଏଚପି ମୁଖ୍ୟ ଡେଭିଡ ବେସେଲି ପୁଣିଥରେ ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ଆଫଗାନିସ୍ତାନକୁ ସହାୟତା ବିତରଣକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି କାରଣ ଦେଶରେ ଅଧାରୁ ଅଧିକ ଲୋକ ଭୋକରେ ରହୁଛନ୍ତି। ଆଫଗାନିସ୍ତାନ ମରୁଡ଼ି, ମହାମାରୀ, ଅର୍ଥନୈତିକ ଅବନତି ଏବଂ ଦୀର୍ଘ ବର୍ଷର ସଂଘର୍ଷର ପ୍ରଭାବ ସହ ବର୍ତ୍ତମାନ ସଂଘର୍ଷ କରୁଛି।
ପ୍ରାୟ ୨୪ ନିୟୁତ ଲୋକଙ୍କୁ ଖାଦ୍ୟ ଅଭାବ ଅନୁଭବ କରୁଛନ୍ତି । ଏହି ଶୀତରେ ଅଧାରୁ ଅଧିକ ଜନସଂଖ୍ୟା ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି ଏବଂ ୯୭ପ୍ରତିଶତ ଜନସଂଖ୍ୟା ଚଳିତ ବର୍ଷ ଦାରିଦ୍ର ସୀମାରେଖା ତଳେ ରହିଛନ୍ତି। ଆଫଗାନିସ୍ତାନ ବିଶ୍ୱର ସବୁଠାରୁ ଗରିବ ଦେଶ ମଧ୍ୟରୁ ଗୋଟିଏ। ଆଫଗାନିସ୍ତାନରେ ଏକ ସାକ୍ଷାତକାରରେ ଜଣେ ମହିଳା କହିଛନ୍ତି ଯେ ସେ ତାଙ୍କର ଝିଅକୁ ବିକ୍ରି କରୁଛନ୍ତି ଯାହାଫଳରେ ତାଙ୍କ ଝିଅ ଖାଇବାକୁ କିଛି ପାଇପାରିବେ।