ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଭୋପାଳର ଏକ ନୂତନ ୱେବ୍ ସିରିଜ୍ ଉପରେ ଆଲୋଚନା ବେଳେ ବିବାଦୀୟ ବିବୃତ୍ତି ଦେଇ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି।
ଭୋପାଳର ଶ୍ୟାମଲା ହିଲ୍ସ ପୋଲିସ ଷ୍ଟେସନରେ ଭାରତୀୟ ପେନାଲ କୋଡର ଧାରା ୨୯୫ (A) ଅନୁଯାୟୀ ଏହି ମାମଲା ପଞ୍ଜୀକୃତ ହୋଇଛି। ୱେବ୍ ସିରିଜର ଲଞ୍ଚ ଇଭେଣ୍ଟରେ ଶ୍ୱେତା କହିଥିଲେ ଯେ ତାଙ୍କ ବ୍ରା ସାଇଜ୍ ‘ଭଗବାନ୍’ ଦ୍ୱାରା ନିଆଯାଉଛି। ତାଙ୍କ ଆଗାମୀ ୱେବ୍ ସିରିଜର ପ୍ରମୋସନ ସମୟରେ ଶ୍ୱେତା ବିବାଦୀୟ ବକ୍ତବ୍ୟ ରଖିଥିଲେ, ଯେଉଁଥିରେ ସୌରଭ ରାଜ ଜୈନ ଏବଂ ରୋହିତ ରୟ ମଧ୍ୟ ଅଭିନୟ କରିଛନ୍ତି।
ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଶ୍ୱେତା ତିୱାରୀଙ୍କ ବିବାଦୀୟ ବିବୃତ୍ତି ବିଷୟରେ ଜାଣିବା ପରେ ଖୁବ୍ ଶୀଘ୍ର ଏଫ୍ଆଇଆର୍ ଦିଆଯାଇଛି। ଗୁରୁବାର ଦିନ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନରୋତ୍ତମ ମିଶ୍ର କହିଛନ୍ତି, “ମୁଁ ଶ୍ୱେତା ତିୱାରୀଙ୍କ ବିବୃତ୍ତି ଦେଖିଛି ଏବଂ ଶୁଣିଛି। ମୁଁ ଏହାକୁ ନିନ୍ଦା କରୁଛି। ଭୋପାଳ ପୋଲିସ କମିସନରଙ୍କୁ ଶୀଘ୍ର ଯାଞ୍ଚ ଏବଂ ରିପୋର୍ଟ ଦାଖଲ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ସୂଚନାଅନୁସାରେ ଫ୍ୟାଶନ୍ ଦୁନିଆ ଉପରେ ଆଧାରିତ ତାଙ୍କ ଆଗାମୀ ୱେବ୍ ସିରିଜ୍ ପ୍ରମୋଟ୍ କରିବା ପାଇଁ ଶ୍ୱେତା ତିୱାରୀ ନିକଟରେ ଭୋପାଳରେ ଯାଇଥିଲେ। ଏହି ଧାରାବାହିକରେ ମହାଭାରତରେ ଭଗବାନ କୃଷ୍ଣ ଅଭିନୟ ପାଇଁ ଜଣାଶୁଣା ସୌରଭ ରାଜ ଜୈନ ମଧ୍ୟ ଅଭିନୟ କରିଛନ୍ତି। ଏହାକୁ ନେଇ ଶ୍ୱେତା ଏକ ଭିଡିଓରେ କହୁଥିବାର ଶୁଣିବାକୁ ମିଳୁଛି ଯେ, ମେରୀ ବ୍ରା କା ସାଇଜ୍ ଭାଗୱାନ୍ ଲେ ରେହେ ହୈନ୍ । ଶ୍ୱେତାଙ୍କ ଏହି ବିବୃତ୍ତି ପାଇଁ ସମାଲୋଚନା କରାଯାଇଛି ଏବଂ ଭଗବାନଙ୍କ ବିଷୟରେ ଏହା ଥଟ୍ଟା କରାଯାଇଛି ବୋଲି ମତପ୍ରକାଶ କରାଯାଇଛି।