ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଗତ ଜାନୁଆରୀ ୨୩ ତାରିଖରେ ପୁରୀ ରେ ଘଟିଥିବା ଲଜ୍ୟାଜନକ ଘଟଣା ଏବେ ସାରା ଓଡ଼ିଶାରେ ଚାଂଚଲ୍ୟ ସୃଷ୍ଟି କରିଛି । ଏକ ପାଞ୍ଚ ବର୍ଷୀୟ ନାବାଳିକା କୁ ଦୁଷ୍କର୍ମ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ଥାନାରେ ପରିବାର ପକ୍ଷରୁ ଏନେଇ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ର ମୁଖ୍ୟ ଅଭିଯୁକ୍ତ ଥିଲା ପୁରୀ ଟାଉନ ଥାନା ଅଧିନସ୍ତ ଜଣକ ୩୫ ବର୍ଷ ଯୁବକ। ଯାହାର ନାମ ମହେଶ ମହାନ୍ତି । ନାବାଳିକା ଟି ନିଜ ଘରେ ଖେଳୁଥିବା ସମୟରେ ବଳପୂର୍ବକ ନିଜ ଛାତ ଉପରକୁ ଟେକି ନେଇ ତା ସହ ଦୁଷ୍କର୍ମ କରିଥିଲା ଲହି ଅଭିଯୁକ୍ତ । ହଠାତ ନିଜ ଝିଅ କୁ ମାଁ ଖୋଜି ନ ପାଇବାରୁ ଖୋଜି ଖୋଜି ଛାତ ଉପରକୁ ପହଁଚିଥିଲେ। ମହିଳା ଜଣକ ଚିତ୍କାର କରିବାରୁ ମହେଶ ସେଠାରୁ ଚମ୍ପଟ ମାରିଥିଲା। ପରେ ପରେ ପରିବାର ସଦସ୍ୟ ଥାନା କୁ ଦ୍ୱାରାସ୍ତ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ନାବାଳିକା ଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହିତ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କଟକ ଏସିବି କୁ ସ୍ଥାନାନ୍ତର କରାଯାଇଥିଲା। ଏହି ସବୁ ଘଟଣା ପରେ ପୁରୀ ପୋଲିସ ପକ୍ଷରୁଏକ ୪ ଟି ଟିମ ଗଠନ କରାଯାଇ ମହେଶ କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦୀର୍ଘ ଚାରି ଦିନ ଧରି ପୋଲିସ କୁ ଚକମା ଦେବା ପରେ ଆଜି ପୁରୀ – ଭୁବନେଶ୍ୱର ବର୍ଡର ରେ ଅଭିଯୁକ୍ତ କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ଅଭିଯୁକ୍ତ କୁ ଗିରଫ କରି ପୁରୀ ଅଣାଯିବା ପରେ ମେଡିକାଲ ମାଇନା କରିବା ସହିତ ଏହି କେସ ଟିର ଚାର୍ଜସିତ ୨୦ଦିନ ମଧ୍ୟରେ ପ୍ରଦାନ କରିବ ପୁରୀ ପୋଲିସ ଏବଂ ଏହି କେସ ଟି ରେଡ଼ ଫ୍ଲାଗ କେସ ଘୋଷଣା କରାଯିବା ସହିତ DSLA ( district service legal authority)ଙ୍କ ଅନୁଯାୟୀ ନାବାଳିକା ର ଭବିଷ୍ୟତ କୁ ଉଦ୍ଧାର ପାଇଁ ସାହାଯ୍ୟ ସହଯୋଗ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ଏସ୍ପି କନ୍ବର ବିଶାଳ ସିଂ ।(ରିର୍ପୋଟ: ଶଙ୍କର ସରକାର)