ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:୧୯୬୪ ର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ଅଧିନାୟକ ଚରଣଜିତ୍ ସିଂଙ୍କ ଗୁରୁବାର ହିମାଚଳ ପ୍ରଦେଶର ଉନାରେ ତାଙ୍କ ଘରେ ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ଧରି ବୟସ ଜନିତ ରୋଗରେ ପିଡିତ ଥିବା ବେଳେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି।
ପୂର୍ବତନ ମିଡଫିଲ୍ଡରଙ୍କୁ ମୃତ୍ୟୁ ବେଳକୁ ୯୦ବର୍ଷ ହୋଇଥିଲେ ଏବଂ ଆସନ୍ତା ମାସରେ ୯୧ ବର୍ଷ ହୋଇଥାନ୍ତେ। ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।
ପାଞ୍ଚ ବର୍ଷ ପୂର୍ବେ ଚରଣଜିତ୍ ପାରାଲିସ୍ସ ହୋଇଥିଲେ। ଗତ ଦୁଇମାସ ପରଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କର ପୁଅ ପ୍ରକାଶ କରିଛନ୍ତି।
ଚରଣଜିତ୍ ମଧ୍ୟ ଭାରତୀୟ ଦଳର ସଦସ୍ୟ ଥିଲେ ଯିଏକି ୧୯୬୦ ଗେମ୍ସରେ ରୌପ୍ୟ ଜିତିଥିଲେ ଏବଂ ୧୯୬୨ଏସିଆନ୍ ଗେମ୍ସରେ ରୌପ୍ୟ ଜିତିଥିଲେ। ତାଙ୍କର ଶେଷ ରୀତି ଗୁରୁବାର ସନ୍ଧ୍ୟାରେ ଉନାରେ ଅନୁଷ୍ଠିତ ହେବ ବୋଲି ପ୍ରକାଶ ପାଇଛି। ତାଙ୍କର ବିୟୋଗରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।