ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ:ଅଭିନେତ୍ରୀ, ଗାୟିକା ଏବଂ ରିୟଲିଟି ସୋ ଷ୍ଟାର ଶେହନାଜ ଗିଲ ୨୯ ରେ ପାଦଦେଇଛନ୍ତି। ସେ ୨୦୧୫ରେ ଏକ ମ୍ୟୁଜିକ୍ ଭିଡିଓରେ ମଡେଲ୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାସହ ଗିଲ୍ ଚାରୋଟି ଚଳଚ୍ଚିତ୍ର, ଦୁଇଟି ରିଅଲିଟି ସୋରେ ଅଭିନୟ କରିଛନ୍ତି ଏବଂ ଅନେକ ଗୀତ ରଚନା କରିଛନ୍ତି ଏବଂ ପରିବେଷଣ କରିଛନ୍ତି । ଶେହନାଜ ବିଗବସ ସିଜନ୍ ୧୩ ରେ ଅଂଶଗ୍ରହଣ କରିଥିଲେ। ଯେଉଁ ଠାରେ ସେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଭେଟିଥିଲେ। ସେହିଦିନ ଠାରୁ ତାଙ୍କର ବନ୍ଧୁତ୍ବ ବହୁ ନିବିଡ ହୋଇଯାଇଥିଲା। କେବଳ ସୋରେ ନୁହେଁ ବରଂ ତା ପରେ ମଧ୍ୟ ଏହି ବନ୍ଧୁତ୍ବ ନିବିଡ ହୋଇ ରହିଥିଲା। ଦୁଃଖର ବିଷୟ ଯେ ଗତ ବର୍ଷ ସେପ୍ଟେମ୍ବରରେ ସିଦ୍ଧାର୍ଥ ଦେହାନ୍ତ ହୋଇଥିଲା। ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଶେହନାଜ୍ ଅତି ନିକଟତର ହୋଇଥିବା ବେଳେ ତାଙ୍କର ଏପରି ହଠାତଚାଲି ଯିବା ତାଙ୍କୁ ବହୁ କଠୋର ଆଘାତ ଦେଇଥିଲା। ଏହି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ମାଧ୍ୟମରେ ଗିଲ୍ ସ୍ୱର୍ଗତ ସିଦ୍ଧାର୍ଥ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ପୁଣି ବିଗ ବସ୧୫ ରେ ଦେଖା ଦେବେ ଶେହନାଜ। ତାଙ୍କର ଏହି ବିଶେଷ ଦିନରେ ଇଣ୍ଡଷ୍ଟ୍ରିର ବହୁ କଳାକାର ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।