ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି କଂଗ୍ରେସ ଏକ ସାମ୍ବାଦିକ ସମ୍ମୀଳନି ଡାକିଥିଲା। ଯେଉଁଥିରେ ପ୍ରସାଦ ହରିଚନ୍ଦନ ୨୦୨୪ରେ ଆଉ ଲଢ଼ିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ତେବେ ଏଭଳି ସୂଚନା ଦେବା ସମୟରେ ପ୍ରସାଦ ଭାବ ବିହ୍ବଳ ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା। ପ୍ରସାଦ କହିବା ଅନୁସାରେ ମୋର ବିଜେଡି ସହିତ କୌଣସି ଲିଙ୍କ ନାହିଁ। ମୁଁ ଆଗରୁ କଂଗ୍ରେସରେ ଥିଲି ଏବେ ଅଛି ଆଗକୁ ମଧ୍ୟ ରହିବି। ମୁଁ ରାଜନୀତିରୁ ଦୁରେଇ ନାହିଁ ବୋଲି କହିଲେ ପ୍ରସାଦ।କଂଗ୍ରେସ ଲୋକଙ୍କୁ ବ୍ୟୁହ ଭଳି ସଜେଇ ଦିଆଯାଇଛି ବୋଲି କହିଲେ ପ୍ରସାଦ। ନେତା ମାନଙ୍କ ଭିତରେ ଏକତା ନାହିଁ , ଏକଜୁଟ ହୋଇ ଲଢ଼ିବା କଥା କିନ୍ତୁ ଦଳଭିତରେ ଏକତା ନାହିଁ ପଥରୋଧ କରାଯାଇଥିଲା ବୋଲି କହିଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗ ରେ ଜବାବ ରଖିଛନ୍ତି ପ୍ରସାଦ। ମୁଁ ରାଜ୍ୟ ସରକାର କି କେନ୍ଦ୍ର ସରକାରଙ୍କ ସହ କୌଣସି ଡିଲ କରି ନାହିଁ କି କୌଣସି ଦୁର୍ନୀତି ମାମଲାରେ ମୋର ନାମ କେଉଁଠି ବି ନାହିଁ। ମୁଁ ବେପାରି ନୁହେଁ କି ମୁଁ କୌଣଯି ଡିଲ କରେ ନାହିଁ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ।