ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ବଜାରରେ ବିକ୍ରୟ ପାଇଁ ମଞ୍ଜୁରୀ ମିଳିଛି। ଶୀଘ୍ର ଦୋକାନରେ ଉପଲବ୍ଧ ହେବ ଯଦିଓ ଲୋକମାନେ ଡାକ୍ତରଖାନା ଏବଂ କ୍ଲିନିକରୁ ଏହାକୁ କିଣି ପାରିବେ। ମୁଖ୍ୟ ବିବରଣୀ ସରକାରଙ୍କଠାରୁ ଅପେକ୍ଷା କରାଯାଇଛି ବୋଲି ସେମାନେ କହିଛନ୍ତି।
ଜରୁରୀକାଳୀନ ବ୍ୟବହାର ପାଇଁ୧୫ ଦିନ ମଧ୍ୟରେ ନିରାପତ୍ତା ତଥ୍ୟକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ କିମ୍ବା DCGI ଦେବାକୁ ପଡିବ କିନ୍ତୁ ବଜାର ଅନୁମୋଦନ ପାଇଁ ୬ମାସ ମଧ୍ୟରେ ନିୟନ୍ତ୍ରକଙ୍କୁ ତଥ୍ୟ ଦେବାକୁ ପଡିବ। ନୂତନ ଔଷଧ ଏବଂ କ୍ଲିନିକାଲ୍ ପରୀକ୍ଷା ନିୟମ, ୨୦୧୯ ଅଧିନରେ ଦୁଇଟି ଟିକା ବଜାର ବିକ୍ରି ଅଧୀନରେ ଅନୁମୋଦନ କରାଯାଇଥିଲା। କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ ଏବଂ କୋଭିଶିଲ୍ଡ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା କରୋନା ର ଏହି ଟିକାକୁ ଅନୁମୋଦନ ମିଳିଛି ।