ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ସାସଂଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରୀ ଗୌରୀ ମୁଣ୍ଡାରୀ।ସୂଚନାକ୍ରମେ ପଞ୍ଚାୟତ ନିର୍ବାଚନରେ ସୁଯୋଗ ଦେବାକୁ ଗୌରୀ ସାସଂଦଙ୍କୁ ଅନୁରୋଧ କରିଥିଲେ ହେଲେ ସାସଂଦ ତାଙ୍କୁ ଉତ୍ସାହିତ କରିବା ଦୂର କଥା ତାଙ୍କୁ ଗାଳିଗୁଳଚ କରିଥିଲେ । ସାସଂଦ ହୋଇ ଜଣେ ମହିଳାଙ୍କୁ ଏପରି ଖରାପ ଭାଷାରେ ଗାଳିଗୁଳଚ କରିବା ସାଧାରଣରେ ନିନ୍ଦା ସୃଷ୍ଟି କରିଛି। ଲୋକଙ୍କ ପାଇଁ ଜନତା ଙ୍କ ପାଇଁ ରାଜନୈତିକ ପ୍ରତିନିଧି ମାନେ ଅଛନ୍ତି ଯଦି ଗାଦିରେ ଅଛନ୍ତି ବୋଲି ଏଭଳି ବ୍ୟବହାର କରିବେ ତାହା ଗ୍ରହଣୀୟ ନୁହଁ ବୋଲି ପ୍ରକାଶ ପାଉଛି। ଗୌରୀ ମୁଣ୍ଡାରୀ ଏନେଇ ମହିଳା କମିଶନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ଯେ ଅଭିଯୋଗ ଗ୍ରହଣ କରାଯାଇଛି।୧୫ ଦିନ ଭିତରେ ରିର୍ପୋଟ ଦେବାକୁ ସେ ଏସପିଙ୍କୁ ସୂଚନାଦେଇଛନ୍ତି।