ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜେପି ଇସ୍ତାହାର ଓ ଅଭିଯୋଗ ପତ୍ର ପ୍ରକାଶ କରିଛି। ଏହା ନେଇ ଏକ ସାମ୍ବାଦିକ ସମ୍ମୀଳନି କରି ସୂଚନା ଦେଇଛି ବିଜେପି। ବିଜେପି ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ କରାଯାଇଛି ।
ବିଜେପିର କହିବା ଅନୁସାରେ ପଞ୍ଚୟତରେ ଗ୍ରାମସଭା, ପଲ୍ଲୀସଭା ହେବା ନିହାତି ଆବଶ୍ୟକ । ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି ଯାହା ଦ୍ବାରା ଟଙ୍କା ବାଟମାରଣା ହେବ ନାହିଁ। ପଂଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଥିବାର ଅଭିଯୋଗ ଆଣିଛି ବିଜେପି। ବିଜେପି କହିବା ଅନୁସାରେ ବିଜେଡି ନେତା ମାନେ ଲୁଟ କରୁଛନ୍ତି। ଜେଇଙ୍କୁ ଠିକାଦାର ବନେଇ ବିଜେଡିର କର୍ମକର୍ତ୍ତମାନେ ଲଟୁଛନ୍ତି। ବିକାଶ ନାମରେ ଯେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି ତେଣୁ ତାକୁ ବିଜେପି ଆଉ ହେବାକୁ ଦେବନି ବୋଲି ପ୍ରକାଶ କରିଛି । ଚାଷୀଙ୍କ ସମସ୍ୟାକୁ ଦୂର କରାଯିବା ସହ ମଣ୍ଡି ବ୍ୟବସ୍ଥାକୁ ସୁଦୁଢ କରାଯିବ ବୋଲି କହିଛି ବିଜେପି। ଭୋକାଲ ପର ଲୋକାଲ ଆଧରରରେ ସ୍ଥାନୀୟ ସାମଗ୍ରୀକୁ କିପରି ଅଧିକ ବିକ୍ରି କରିହେବ ଏବଂ ଏହାର ପ୍ରଚାର ବୃଦ୍ଧି କରିବା ଦିଗରେ ପଦକ୍ଷପ ନିଆଯିବ। ଜୀବିକା ମିଶନ ମାଧ୍ୟମରେ ମହିଳା ମାନଙ୍କୁ ଶସକ୍ତିକରଣ କରିପାଇଁ ସମସ୍ତ ପଦକ୍ଷପ ନିଆଯିବା ଏବଂ ଉଭୟ ଜାତୀୟ ଏବଂ ଆନ୍ତଜାତୀୟ ସ୍ତରରେ ବଜାର ସୃଷ୍ଟି କରିଯିବ। ମହିଳା ମାନଙ୍କ ଦ୍ବାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ ଯାହା ଦ୍ବାରା ଏହାର ବ୍ୟବସ୍ଥା କରାଯିବ । ଷ୍ଟ୍ରିଟ ଲାଇଟ, ବର୍ଜ୍ୟ ବସ୍ତୁ ପରିଚାଲନା ଉପରେ ନିର୍ବାଚନୀ ଇସ୍ତାହାରରେ ବିଜେପି ଜୋର ଦେଇଛି।