ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟରେ କିଛି ଦିନ ହେବ ଘନ କୁହୁଡି ଛାଇ ରହୁଛି। ଭୁବନେଶ୍ବରରେ ମଧ୍ୟ ଦିନ ୯ଟା ଯାଏଁ କୁହୁଡି ଦେଖା ଦେଉଛି। ଏହାସହ ରାତ୍ରି ତାପମାତ୍ରା ମଧ୍ୟ କମିବାରେ ଲାଗିଛି। ତେବେ ଆଜି ଠାରୁ ରାଜ୍ୟକୁ ଉତ୍ତରା ପଶ୍ଚିମା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଜାରି ରହିଥିବାରୁ ରାଜ୍ୟରେ ୨୭ ତାରିଖ ଠାରୁ ରାତ୍ରି ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିପାଇଁ ରାଜ୍ୟର କିଛି ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି। ଘନ କୁହୁଡି ଛାଇବା ଯୋଗୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ସେଥିଲାଗି ରାଜ୍ୟର କିଛି ସ୍ଥାନକୁ ସତର୍କ ସୂଚନା ଦିଆଯାଇଛି। ଏଥିପାଇଁ ୨୭ ତାରିଖରେ ରାଜ୍ୟର କନ୍ଧମାଳ,ଗଞ୍ଜାମ,ଗଜପତି,ନୟାଗଡ,କଟକ,ଜଗତସିଂପୁର ରେ ଘନ କୁହୁଡି ଲାଗି ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି। ସେହିପରି ୨୮ ତାରିଖରେ ସୋନପୁର,କେଉଁଝର ,ବଲାଙ୍ଗିର,ଝାରସୁଗୁଡା,ବରଗଡ ଆଦି ସ୍ଥାନରେ ରାତ୍ରି ତାପମାତ୍ରା ହ୍ରାସ ହେବା ନେଇ ପାଣିପାଗ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ତେବେ ଆଗାମୀ ୩ଦିନ ଯାଏଁ ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ ବୋଲି ସମ୍ଭାବନା କରାଯାଉଛି।