ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ୯୦ ବର୍ଷ ବୟସ୍କା ଭେଟେରାନ୍ ଗାୟିକ ସନ୍ଧ୍ୟା ମୁଖାର୍ଜୀ, ଯିଏକି ସନ୍ଧ୍ୟା ମୁଖୋପାଧ୍ୟାୟ ନାମରେ ମଧ୍ୟ ବେଶ ଜଣାଶୁଣା, ମଙ୍ଗଳବାର ଦିନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଦେଇଛି । ଯେ କହିଛନ୍ତି ଏହା କନିଷ୍ଠ କଳାକାରଙ୍କ ପାଇଁ ଅଧିକ ଯୋଗ୍ୟ । ସେ ପଶ୍ଚିମବଙ୍ଗର ଦ୍ୱିତୀୟ ବ୍ୟକ୍ତି ଯିଏକି ପଦ୍ମ ସମ୍ମାନକୁ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାୟ ଜି ମଙ୍ଗଳବାର ଦିନ ପଦ୍ମଭୂଷଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିବା ଅତ୍ୟନ୍ତ ବିରଳ ଅଟେ। ଘୋଷଣା ପୂର୍ବରୁ ଗ୍ରହଣକୁ ନିଶ୍ଚିତ କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ।
ଚଳଚ୍ଚିତ୍ର ଲେଖକ ସଲିମ ଖାନ କହିଛନ୍ତି ଯେ ସେ ୨୦୧୫ ରେ ପଦ୍ମଶ୍ରୀ ଗ୍ରହଣ କରିବାକୁ ମନା କରିଦେଇଥିଲେ। ତାଙ୍କ ପୂର୍ବରୁ ଐତିହାସିକ ରୋମିଲା ଥାପର ୨୦୦୫ ମସିହାରେ ପଦ୍ମ ଭୂଷଣଙ୍କୁ ମନା କରିଦେଇଥିଲେ। ସୂଚନାମୁତାବକ ଶ୍ରୀମତୀ ମୁଖାର୍ଜୀ ୨୦୧୧ରେ ପଶ୍ଚିମବଙ୍ଗର ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇଥିଲେ।