ସନଷ୍ଟାର ଟିଭି ବ୍ୟୁରୋ
କଟକ: ପୁଅ ହୋଇ ଭୁଲି ଗଲା ତାର କର୍ତ୍ତବ୍ୟ। ମାଆକୁ କଟୁରୀ ରେ ଗୋଡାଇ ହାଣିଲା ପୁଅ। ବିଡାନାସୀ ଥାନା ଅନ୍ତର୍ଗତ କନିକା ଛକରେ ଏହି ହତ୍ୟାକାଣ୍ଡ ହୋଇଛି। ମୃତ କନିକା ରାଜାଙ୍କର ବଂଶଜ ହୋଇଥିବା ସୂଚନାମିଳୁଛି ।ତେବେ ପୁଅଙ୍କର ମାନସିକ ଭାରସମ୍ୟ ଭଲ ନଥିବାର ସୂଚନା ମିଳିଛି।
ଖବର ଅନୁସାରେ ପାରିବାରିକ କୋହଳକୁ ନେଇ ଏହି ଦୁର୍ଘଟଣା ହୋଇଥିବାର ସୂଚନାମିଳିଛି। ତେବେ ଏହି କଳହରେ ପୁଅ ମାଆକୁ କଟୁରୀରେ ହାଣି ଦେଇଥିବାର ସୂଚନାମିଳୁଛି। ହତ୍ୟାକଣ୍ଡ ବିଷୟରେ ପୋଲିସ ସୂଚନା ପାଇଁ ସେହି ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ସାଇଣ୍ଟିଫିକ ଟିମ ଏହାର ଛାନଭିନ ମଧ୍ୟ ଜାରି ରଖିଛନ୍ତି। ଆଜିର ସମାଜରେ ଆଉ କାହା ଉପରେ ବି ବିଶ୍ବାସ କରିବାକୁ ଡର ଲାଗୁଛି।