ସନଷ୍ଟାର ଟିଭି ବ୍ୟୁରୋ
କଟକ: ଆସନ୍ତା ଫେବୃୟାରୀ ୯ ତାରିଖରେ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ( ଓଏସ୍ଏସ୍ଟିଇଟି ) ର ଦ୍ବିତୀୟ ପରୀକ୍ଷା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ପରୀକ୍ଷା ପାଇଁ ୭୨ , ୨୮୨ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି । ରାଜ୍ୟର ୩୩୮ କେନ୍ଦ୍ରରେ ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ । ପ୍ରଥମ ପେପର ପୂର୍ବାହ୍ନ ୯ଟାରୁ ୧୧.୩୦ ଓ ଦ୍ବିତୀୟ ଅପରାହ୍ନ ୧ରୁ ୩.୩୦ ପର୍ଯ୍ୟନ୍ତ ହେବ । ପରୀକ୍ଷାର୍ଥୀମାନେ ନିଜର ଆଡ୍ମିଟ୍ କାର୍ଡ ବୋର୍ଡ ୱେବ୍ସାଇଟରୁ ଡାଉନ୍ଲୋଡ୍ କରିପାରିବେ । ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ଯଦି ଲେଖିବା କିମ୍ବା ପଢିବା ପାଇଁ ଅକ୍ଷମ ଥିବେ , ତା’ହେଲେ ସେମାନେ ଆସନ୍ତା ୪ ତାରିଖ ପୂର୍ବରୁ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଯୋଗାଯୋଗ କରିପାରିବେ । ଏହାଦ୍ବାରା ସେମାନଙ୍କ ପାଇଁ କେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇପାରିବ ।