ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:କେବଳ ଆଶା ଦେଖାଇ ନାହାନ୍ତି ବରଂ ଆଲୋକ ମଧ୍ୟ ଦେଖାଇଛି ବିଜୁ ସ୍ମାର୍ଟ ହେଲ୍ଥକାର୍ଡ। ଯାହା କହିଥିଲେ ତାହାକୁ କାର୍ଯ୍ୟକାରୀ ମଧ୍ୟ କରି ଦେଖାଉଛନ୍ତି। ଜଗତସିଂହପୁର ଜିଲ୍ଲା କୃଷ୍ଣନାଦପୁର ଅଞ୍ଚଳର ଅକଲିମ ବକାଶ ର ଏକ ପୁଅ ଜାନୁଆରୀ ୨ ତାରିଖ ରେ ଜନ୍ମ ହେଇଥିଲା। ଜନ୍ମ ହେବା ପରେ ଶିଶୁଟି ଅସୁସ୍ଥ ହେବା ସହ ଶ୍ୱାସକ୍ରିୟା କରିବା ରେ ସମସ୍ୟା ହେଉଥିଲା ଏବଂ ତାକୁ ବାତ ମାରୁଥିଲା ପରେ ତାକୁ କଟକ ଶିଶୁ ଭବନ ଓ ଏକ ଘରେଇ ହସ୍ପିଟାଲ ରେ ବାପା ଅଲି ଭର୍ତ୍ତି କରିଥିଲେ। ହେଲେ ଅସୁବିଧ ହେଲା ଚିକିତ୍ସା କରାଇବା ପାଇଁ ପାଖରେ ଟଙ୍କା ଟିଏ ନଥିଲା। ସେପରେ ପୁଅ ମରଣ ସହ ଲଢେଇ କରୁଥାଏ। ଏହି ବିଷୟରେ ଅହମେଦ ଖାନ ନାମଏକ ବ୍ୟକ୍ତି ଟ୍ୱଇଟ କରି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ଖବର ୫ଟି ସଚିବ ଙ୍କ ପାଖରେ ପହଂଚିବା ପରେ ଶ୍ରୀ ପାଣ୍ଡିଆନ ଏହା ଉପରେ ଅନୁସନ୍ଧାନ କରିଥିଲେ।ଏହାପରେ ଶିଶୁ ଟିର ସ୍ୱାସ୍ଥ୍ୟ ଅବସ୍ଥା ସଂକଟପର୍ଣ୍ଣ ଅଛି ବୋଲି ଜାଣିବାକୁ ପାଇଥିଲେ। ସେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀ ଙ୍କୁ ଉକ୍ତ ଶିଶୁ ଙ୍କୁ କିମ୍ସ ହସ୍ପିଟାଲ ରେ ଭର୍ତ୍ତି କରିବା ର ସମସ୍ତ ବନ୍ଦବ୍ୟସ୍ତ କରିବା କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ରାଜ୍ୟ bsky ଟିମ ର ସଂଯୋଜନା ରେ ଉକ୍ତ ଶିଶୁ ଙ୍କୁ କାଲି ବିଳମ୍ବିତ ସନ୍ଧ୍ୟା ରେ କିମ୍ସ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ଏବଂ ସମସ୍ତ ସୁବିଧା ମଧ୍ୟ କରାଯାଇଛି । ଏହାପରେ ବାପା ଅଲି ଙ୍କ ଆଖିରୁ ଖୁସିର ଲୁହ ଝରିଥିଲ।। ଏବଂ ସେ ରାଜ୍ୟ ସରକାର ଏହି ଯୋଜନା ଙ୍କୁ ପ୍ରସଂଶା କରିବା ସହ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଙ୍କୁ କୃତଜ୍ଞତା ଜଣାଇଛନ୍ତି।