ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର : ରାତି ପାହିଲେ ସାଧାରଣତନ୍ତ୍ର ଦିବସ ଏହାକୁ ନେଇ ଏକ ସ୍ବତନ୍ତ୍ର ଗାଇଡ ଲାଇନ ଜାରି କରିଯାଇଛି। ଯେଉଁଥିରେ କୋଭିଡ ଗାଇଡ ଲାଇନକୁ କଢ଼ାକଢ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଗହଳ ନକରିବା , ସାମଜିକ ଦୂରତା ରକ୍ଷାକରିବା ,ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି। ତେବେ ଯେଉଁ ନାଗରିକ ମାନେ ନିଜ ଘର ପରିଷରରେ ପତାକା ଉତ୍ତୋଳନ କରିବାକୁ ଚାହୁଁଛନ୍ତି ସେଠାରେ ୫ଜଣରୁ ଅଧିକ ଲୋକ ଏକଜୁଟ ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।ଏହାସହ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ୧୦ରୁ ଅଧିକ ଲୋକଙ୍କୁ ଏକଜୁଟ ନ ହେବାକୁ ସୂଚନା ଦିଆଯାଇଛି। ଏକ କାର୍ଯ୍ୟକ୍ରମ ପାଳନ ସମୟରେ କୋଭିଡ ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସ୍ବଚ୍ଛତା ଉପରେ ବିଶେଷ କରି ଧ୍ୟାନ ଦିଆଯାଇଛି।