ସନଷ୍ଟାର ଟିଭି ବ୍ୟୁରୋ
ଉଦଳା : ନାମାଙ୍କନ ଦାଖଲ ପରେ ଯାଞ୍ଚ ପ୍ରକ୍ରିୟାରେ ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବା ପରେ ଏବେ ଧାରଣାରେ ବସିଛନ୍ତି ସରପଞ୍ଚ ପ୍ରାର୍ଥୀ। କେବଳ ଧାରଣାରେ ବସି ନାହାନ୍ତି ବରଂ ପୁନଃ ଯାଞ୍ଚ କରାଯାଇ ନିର୍ବାଚନ ଲଢ଼ିବାକୁ ନ ଦିଆ ଗଲେ ଆତ୍ମହୁତି ଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ଆଶାୟୀ ସରପଞ୍ଚ ପ୍ରାର୍ଥୀ। କପ୍ତିପଦା ପଞ୍ଚାୟତରେ ସରପଞ୍ଚ ପଦବୀରେ ନିର୍ବାଚନ ଲଢ଼ିବା ନିମନ୍ତେ ଆଶାୟୀ ପ୍ରାର୍ଥୀ ତନ୍ମୟୀ ହାଁସଦା ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ନାମାଙ୍କନ ଯାଞ୍ଚ ସମୟରେ ତାଙ୍କର କାଗଜପତ୍ର ଠିକ ଥିବା କୁହାଯାଇଥିବା ବେଳେ ନାମାଙ୍କନ ଯାଞ୍ଚ ପରେ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାରେ ତାଙ୍କ ନାମକୁ କାଟି ଦିଆଯାଇଛି । ଯାହାକୁ ନେଇ କପ୍ତିପଦା ନିର୍ବାଚନ ଅଧିକାରୀ ତଥା କପ୍ତିପଦା ତହସିଲଦାର ଏବଂ ଜିଲ୍ଲାପାଳଙ୍କୁ ଭେଟି ଘଟଣା ବାବଦରେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ପାଇ ନ ଥିଲେ ବୋଲି ଆଶାୟୀ ପ୍ରାର୍ଥୀ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଆଜି ଆଶାୟୀ ସରପଞ୍ଚ ପ୍ରାର୍ଥୀ ତନ୍ମୟୀ କପ୍ତିପଦା ତହସିଲ ସମ୍ମୁଖରେ ନିଜ ସମର୍ଥକଙ୍କ ସହିତ ଧାରଣାରେ ବସିବା ସହିତ ଆଜି ସୁଦ୍ଧା ତାଙ୍କ ପ୍ରାର୍ଥୀ ପତ୍ର କାଏମ ରଖିବା ସହିତ ନିର୍ବାଚନ ଲଢ଼ିବାକୁ ସୁଯୋଗ ନ ଦେଲେ ସେ ଆତ୍ମହୁତି ଦେବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି।(ରିର୍ପୋଟ: ଆଲୋକ କୁମାର ବେହେରା )