ସନଷ୍ଟାର ଟିଭି ବ୍ୟୁରୋ
କୋଟିଆ:ବିବାଦ ଯେପରି ପିଛା ହିଁ ଛାଡୁନି। ପ୍ରଥମେ ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଥିଲା ଯେ କୋଟିଆରୁ ମମତା ଜାନୀ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଲଢ଼ିବେ । ସମସ୍ତଙ୍କ ମତ ପ୍ରକାଶ ପାଇବା ପରେ ଏବେ ପୁଣି ଆଉ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମ ଦାଖଲ କରିଛନ୍ତି। ପଟାଙ୍ଗୀ ଜୋନ୧ରେ ନାମ ଦାଖଲ କରିଛନ୍ତି। ପ୍ରାର୍ଥୀ ଜଣକ ହେଉଛନ୍ତି ଟିକାଇ ଗେମେଲ। ତେବେ ଏହାପଛରେ ଆନ୍ଧ୍ରର ଦଲାଲି ରହିଛି ବୋଲି ମତ ବ୍ୟକ୍ତ କରିଛନ୍ତି ସର୍ବଦଳୀୟ ବୈଠକ। ତେବେ ସର୍ବଦଳୀୟ ବୈଠକ ଏଠାରେ ଫେଲ ମାରିଛି ବୋଲି ସୂଚନାମିଳୁଛି।