ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଦେଶର ଭୋଟରମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୫ ରେ ଜାତୀୟ ଭୋଟର ଦିବସ ପାଳନ କରାଯାଏ । ଚଳିତ ବର୍ଷ ଏହା ହେଉଛି ଦ୍ୱାଦଶ ସଂସ୍କରଣ ଯାହାକି ପାଳନ କରାଯାଉଛି। ସର୍ବପ୍ରଥମ ଜାତୀୟ ଭୋଟର ଦିବସ ୨୫ ଜାନୁୟାରୀ ୨୦୧୧ ରେ ପାଳନ କରାଯାଇଥିଲା, ଯାହାକି ଅଧିକ ଯୁବ ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏଥିପାଇଁ ଆଇନ ମନ୍ତ୍ରଣାଳୟର ଏକ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ସେବେ ଠାରୁ ଏହି ଦିନକୁ ଭୋଟର ଦିବସ ରୂପେ ପାଳନ କରାଯାଏ।
ପୂର୍ବତନ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅମ୍ବିକା ସୋନି ଦର୍ଶାଇଥିଲେ ଯେ ୧୮ ବର୍ଷ ବୟସରେ ନୂତନ ଭୋଟରମାନେ ନିର୍ବାଚନ ତାଲିକାରେ ନାମ ଲେଖାଇବାକୁ ଆଗ୍ରହ ଦେଖାଉ ନାହାଁନ୍ତି।ଏହି ସମସ୍ୟାର ସମାଧାନ ପାଇଁ ନିର୍ବାଚନ ଆୟୋଗ ସାରା ଦେଶରେ ସମସ୍ତ ମତଦାନ କେନ୍ଦ୍ରରେ ୧୮ ବର୍ଷ ବୟସରେ ପହଞ୍ଚୁଥିବା ସମସ୍ତ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଦେଶବ୍ୟାପୀ ଉଦ୍ୟମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୋନି କହିଛନ୍ତି।
ଚଳିତ ବର୍ଷର ଜାତୀୟ ଭୋଟର ଦିବସର ବିଷୟବସ୍ତୁ ହେଉଛି ‘ନିର୍ବାଚନକୁ ଅନ୍ତର୍ଭୂକ୍ତ, ଉପଲବ୍ଧ ଏବଂ ଅଂଶଗ୍ରହଣକାରୀ’ କରିବା । ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତେବେ ତାଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା ରହିଥିବାକୁ ସେ ଭର୍ଚୁଆଲ୍ ରେ ବାର୍ତ୍ତା ପ୍ରଦାନ କରିବେ।ଭୋଟ ଦେବା ହେଉଛି ପ୍ରତି ନାଗରିକ ମାନଙ୍କର ଅଧିକାର ତେଣୁ ଏହା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ହେଉଛି ଏହି ଭୋଟର ଦିବସର ଲକ୍ଷ୍ୟ।