ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲା ସାଂସଦ ଜୁଏଲ ଓରାମଙ୍କ ଅସଦାଚରଣ। ଦଳୀୟ ଯୁବତୀ ଫୋନରେ ଗାଳି। ତେବେ ବର୍ତ୍ତମାନ ଏକ ଫୋନ କଲ ଭାଇରାଲ ହେବାକରେ ଲାଗିଛି ଯେଉଁଥିସରେ ଜୁଏଲ ଯୁବତୀ ଜଣଙ୍କୁ ଗାଳି କରୁଥିବାର ଅଭିଯୋଗ ହୋଇଛି। ତେବେ ମହିଳା ଜଣକ ହେଲେ ଗୌରୀ ମୁଣ୍ଡାରୀ । ଭାଇରାଲ ହୋଇଥିବା ଫୋନ କଲରେ ସମ୍ପୃକ୍ତ ଯୁବତୀ ଜଣକ ଜୁଏଲଙ୍କୁ ତାଙ୍କ ଅଶାଳୀନ ଟିପ୍ପଣୀ ପାଇଁ ଗୋଡ ଧରି କ୍ଷମା ମାଗିବାର ଦାବି କରୁଛନ୍ତି । କ୍ଷମା ନମାଗିଲେ ପାର୍ଟି ଅଫିସ କୁ ପୋଡି ଦେବେ ବୋଲି ସୂଚନା ମଧ୍ୟ ଦେଇଛନ୍ତି। ଯୁବତୀ ଜଣଙ୍କ ସହ ଜୁଏଲ ମଧ୍ୟ କଥା ହୋଇଥିବା ଏଥିରେ ଶୁଣାଯାଇଛି । ଅଡିଓ ଟି ରେ ମା ଭଉଣୀ ମାନଙ୍କ ପ୍ରତି ଜୁଏଲଙ୍କର ସମ୍ମାନ ନାହିଁ ବୋଲି ଯୁବତୀ ବାରମ୍ବାର ଅଭିଯୋଗ ଆଣିଛନ୍ତି। ରାଜନୀତି କରୁଥିବା ମହିଳାମାନଙ୍କୁ ଏପରି ଭାବିବା ଉଚିତ ନୁହେଁ ବୋଲି ସମ୍ପୃକ୍ତ ଯୁବତୀଜଣଙ୍କ କହୁଥିବା ଶୁଣାଯାଇଛି ।
ଆଉ ଜଣେ ମହିଳା ମଧ୍ୟ ଯୁବତୀଙ୍କୁ ଏ ସମ୍ପର୍କରେ ବୁଝାଶୁଝା କରୁଥିବାର ଶୁଣିବାକୁ ମିଳୁଛି ଯେଉଁଥିରେ ‘ ଦାଦା ’ ଟିକେ ଲୋଡରେ ଅଛନ୍ତି ବୋଲି କହୁଥିବା ଜଣେ ମହିଳା କହୁଥିବାର ସୂଚନାମିଳୁଛି। ବର୍ତ୍ତମାନ ଏନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଜୁଏଲ ମୁହଁ ଖୋଲିନାହାନ୍ତି । ତେବେ ଜଣେ ରାଜନେତା ହୋଇ ମହିଳା ମାନଙ୍କ ପ୍ରତି ଏପରି ଅଭଦ୍ରାମି କରିବା ଜନଅସନ୍ତୋଷ ସୃଷ୍ଟି କରିଛି।