ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:କେନ୍ଦ୍ରସ୍ତରରେ ବିଭିନ୍ନ ପ୍ରଶାସନିକ ପଦ ପୂରଣ ପାଇଁ ଅଧିକାରୀଙ୍କ ଅଭାବ ଥିବାରୁ କେନ୍ଦ୍ର ସରକାର ପ୍ରଶାସନିକ ସେବା କ୍ୟାଡ଼ର ନିୟମ ରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏଥିପାଇଁ ଜାନୁଆରୀ ୧୨ ତାରିଖରେ ଓଡ଼ିଶା ସମେତ ସବୁ ରାଜ୍ୟକୁ ଏ ନେଇ ଚିଠି ଲେଖିଥିଲେ। ୨୫ ତାରିଖ ସୁଦ୍ଧା ଏହା ଉପରେ ରାଜ୍ୟଗୁଡ଼ିକ ମତ ସ୍ପଷ୍ଟ କରିବାପାଇଁ ମଧ୍ୟ କୁହାଯାଇଛି। ଏହା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖାଯାଇଛି । ଅଣ ବିଜେପି ଶାସିତ ରାଜ୍ୟ ଏହାକୁ ଜୋରଦାର ବିରୋଧ କରି କରିବା ସହ ଏପରି ପଦକ୍ଷେପ ରୁ କେନ୍ଦ୍ର ବିରତ ରହୁ ବୋଲି ଚିଠି ଲେଖି ବିରୋଧ କରିଛନ୍ତି । ଏହି ପ୍ରସ୍ତାବିତ ସଂଶୋଧନ ନିୟମରେ ପରିଣତ ହେଲେ, କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ପ୍ରଭାବିତ କରିବା ସହ ସଂଘୀୟ ଢାଞ୍ଚାର ବିଚାରଧାରା ବିରୋଧୀ ବୋଲି ରାଜ୍ୟଗୁଡ଼ିକ ମତ ରଖିଛନ୍ତି । ଏହି ପ୍ରସ୍ତାବିତ ସଂଶୋଧନକୁ ତେଲଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ବିହାର ଏବଂ ମହାରାଷ୍ଟ୍ର ଭଳି ଓଡ଼ିଶା ମଧ୍ୟ ବିରୋଧ କରୁଛନ୍ତି। ପୁର୍ବ ପ୍ରଚଳିତ ନୀୟମ ସପକ୍ଷରେ ଓଡ଼ିଶା ସରକାର ଥିବା ସହ କେନ୍ଦ୍ର ସରକାର ଙ୍କ ପ୍ରଶାସନିକ ସେବା କ୍ୟାଡ଼ର ନିୟମ ରେ ପରିବର୍ତ୍ତନ କୁ ବିରୋଧ କରି ବିଜେଡି ସାଂସଦ ଅମର ପଟ୍ଟନାୟକ tweet କରିଛନ୍ତି। ଏହି ପ୍ରସ୍ତାବିତ ସଂଶୋଧନ ଲାଗୁ ହେଲେ ସର୍ବଭାରତୀୟ ସେବା ଅଧିକାରୀଙ୍କ ଉପରେ ରାଜ୍ୟ ଅପେକ୍ଷା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଅଧିକ ରହିବ ବୋଲି ଆଶଙ୍କା ପ୍ରକାଶ ପାଇବା ସହ କେନ୍ଦ୍ର-ରାଜ୍ୟ ସଂଘୀୟ ଢାଞ୍ଚାରେ ଏହା କୁପ୍ରଭାବ ପଡିବ ବୋଲି ସମ୍ବିଧାନ ବିଶାରଦମାନେ ମତ ରଖିଛନ୍ତି।